fbpx

ଆସନ୍ତାକାଲି ୟୁପିଏସସି ପରୀକ୍ଷା, ଜାଣନ୍ତୁ କ’ଣ ରହିଛି ସୁବିଧା?

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଆସନ୍ତାକାଲି ହେବାକୁ ଯାଉଛି ୟୁପିଏସସି ପରୀକ୍ଷା । ୟୁପିଏସସି ପରୀକ୍ଷା ସେଣ୍ଟରକୁ ଯିବାକୁ ପରୀକ୍ଷାର୍ଥୀଙ୍କୁ କୌଣସି ଅସୁବିଧା ହେବନି । କାରଣ ୟୁପିଏସସି ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥାମାନ ହୋଇଛି । ପରୀକ୍ଷାର୍ଥୀଙ୍କ ପାଇଁ କାଲି ଗଡିବ ମୋ ବସ୍ । କଟକ-ଭୁବନେଶ୍ୱରରେ ମୋ ବସରେ ପରୀକ୍ଷାର୍ଥୀମାନେ ପରୀକ୍ଷା ସେଣ୍ଟରକୁ ଯିବେ । କାଲି ସକାଳ ୬ଟାରୁ ରୁଟ ନମ୍ବର ୧୬ ଓ ୧୮ରେ ମୋ ବସ୍ ଚାଲିବ । ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ପ୍ରତି ୧୦ ମିନିଟରେ ମୋ ବସ୍ ଚାଲିବ ।

Get real time updates directly on you device, subscribe now.