ଜାଣନ୍ତୁ Silent Heart Attackର ରହସ୍ୟ, ପ୍ରତିଦିନ ବ୍ୟାୟାମ କରୁଥିବା ଲୋକଙ୍କୁ ମଧ୍ୟ ରହିଛି ଏହାର ଡର

ବ୍ୟାୟାମ ରୋଗକୁ ନିୟନ୍ତ୍ରଣ କରେ । ହୃଦ୍ ରୋଗ ସମସ୍ୟାକୁ ଦୂର କରିବା ପାଇଁ ବଦଳାନ୍ତୁ ଲାଇଫ୍ ଷ୍ଟାଇଲ ।

ଓଡ଼ିଶା ଭାସ୍କର: ଆଗରୁ ରକ୍ତ ଚାପ ରୋଗରେ ଆକ୍ରାନ୍ତ ଲୋକଙ୍କଠାରେ ହାର୍ଟ ଆଟାକର ଭୟ ରହୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଯେକୌଣସି ବୟସବର୍ଗଙ୍କଠାରେ ଏ ସମସ୍ୟା ଦେଖିବାକୁ ମିଳୁଛି ।

ଶିଶୁଠାରୁ ଆରମ୍ଭ କରି ବୃଦ୍ଧ; ହାର୍ଟ ଆଟାକର ଶିକାର ହୋଇ ପ୍ରାଣ ହାରୁ ଥିବା ଦେଖିବାକୁ ମିଳିଛି । ଡାକ୍ତରଙ୍କ ମତରେ ଏହା ସାଇଲେଣ୍ଟ ହାର୍ଟ ଆଟାକ୍ । ଚାଲନ୍ତୁ ଜାଣିବା କ’ଣ ଏହି ସାଇଲେଣ୍ଟ ହାର୍ଟ ଆଟାକ୍…

ମଧ୍ୟପ୍ରଦେଶର ଯୋଗଗୁରୁ ପୱନ ସିଂଘଲଙ୍କ ମୃତ୍ୟୁ ଏହି ସାଇଲେଣ୍ଟ ହାର୍ଟ ଆଟାକ୍ କାରଣରୁ ହୋଇଛି । ଯୋଗଗୁରୁ ପ୍ରତିଦିନ ଭଳି ଭୋର ୧ଟାବେଳେ ଉଠି ସ୍ନାନ ସାରି ଘରେ ପୂଜା କଲେ । ଏହାପରେ ୩ କିଲୋମିଟର ଦୌଡ଼ି, ଘରକୁ ଫେରି କାରରେ ଯୋଗ ଶିଖାଇବା ପାଇଁ ଯାଉଥିବାବେଳେ ହଠାତ୍ ସେ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନା ନେବାବେଳକୁ ସେ ଦେହ ତ୍ୟାଗ କରିସାରିଥିଲେ ।

ଏ ଘଟଣା ପରଠୁ ସାଇଲେଣ୍ଟ ହାର୍ଟ ଆଟାକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଏ ପ୍ରକାର ଆଟାକ ହେଉଥିବା ଲୋକଙ୍କଠାରେ ହୃଦ୍ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇ ନଥାଏ । ଏହି ଆଟାକ୍ ଆସିଲେ ବ୍ୟକ୍ତିର ଶରୀର କିଛି ଅନୁଭବ କରିପାରି ନ ଥାଏ ବୋଲି ଡାକ୍ତର କୁହନ୍ତି ।

ପ୍ରତିଦିନ ବ୍ୟାୟାମ, ଯୋଗ ଦ୍ୱାରା ରୋଗ ନିୟନ୍ତ୍ରଣକୁ ଆସେ, ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ ନାହିଁ । ତେବେ ଏ ପ୍ରକାର ସମସ୍ୟାରୁ ନିଜକୁ ରକ୍ଷ୍ୟା କରିବା ପାଇଁ ହେଲଦି ଲାଇଫ୍ ଷ୍ଟାଇଲ୍ ଆପଣାଇବା ଆବଶ୍ୟକ । ହାର୍ଟ ଆଟାକର ସଙ୍କେତକୁ ଚିହ୍ନିବା ଏବଂ ହୃଦ୍ଜନିତ ସମସ୍ୟାକୁ ରୋକିବା ପାଇଁ ଲାଇଫ୍ ଷ୍ଟାଇଲରେ ପରିବର୍ତ୍ତନ ଏକମାତ୍ର ଉପାୟ ।