fbpx

ଚେକିଂ ସମୟରେ ଅଘଟଣ; ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଚି । ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି । ଉପଜିଲ୍ଲାପାଳଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ଉପଜିଲ୍ଲାପାଳ କୁନାଲ ସୀତାରାମ ଚୌହ୍ନାନଙ୍କୁ କିଛି ବାଲି ମାଫିଆ ଆକ୍ରମଣ କରିଛନ୍ତି । ତେବେ ସେ ଆଜି ବାଲେଶ୍ୱର ଜିଲ୍ଲା ଦହପଡା ନିକଟରେ ଚେକିଂ କରୁଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ ଜିଲ୍ଲାପାଳ ସମେତ ତାଙ୍କ ଡ୍ରାଇଭରଙ୍କୁ ମଧ୍ୟ ବାଲିମାଫିଆମାନେ ଆକ୍ରମଣ କରିଥିଲେ । ଏଥିସହିତ ଉଭୟଙ୍କୁ ନିସ୍ତୁକ ମାଡ ମାରଥିଲେ । ଫଳରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧଆର କରି ବାଲେଶ୍ୱର ମେଡିକାଲରରେ ଭର୍ତ୍ତି କରିଛନ୍ତି । ଏଥିସହିତ ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।

ଅନ୍ୟପକ୍ଷେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହିତ ଆକ୍ରମଣକାରୀଙ୍କୁ ଖୋଜୁଥିବା ଜଣାପଡିଛି । ଆଜିକାଲି ଦେଶ ତଥା ରାଜ୍ୟରେ ଅପରାଧିକ ମାମଲା ବୃଦ୍ଧି ପାଇବାର ଲାଗିଛି । ଫଳରେ ପ୍ରତ୍ୟେକ ଦିନ କେହି ନା କେହି ଏହାର ଶିକାର ହେଉଛନ୍ତି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମଧ୍ୟ ସର୍ବସମ୍ମୁଖରେ ଗୁଳିହୋଇଥିଲା ଏବଂ ଆଜି ଜଣେ ଉପଦିଲ୍ଲାପାଳଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ଏହି ଘଟଣା ବର୍ତ୍ତମାନ ରାଜ୍ୟ ସରକାରଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ଏଖ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.