ଭୁବନେଶ୍ୱରରେ ଜବତ ହେଲା ନକଲି ସିମେଣ୍ଟ, ନାମିଦାମୀ ଲୋଗୋରେ ଚାଲିଥିଲା ଠକେଇ

ନାମିଦାମୀ ବ୍ରାଣ୍ଡ ଲୋଗୋରେ ଚାଲିଥିଲା ନକଲି ସିମେଣ୍ଟ କାରଖାନା

ଭୁବନେଶ୍ୱର: ଆଜିକାଲି ନକଲି ଜିନିଷର ବିକ୍ରୟ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ବର୍ତ୍ତମାନ ଭୁବନେଶ୍ୱରରେ ଏଭଳି ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ସୂଚନା ମୁତାବକ, ବରଗଡ଼ ଥାନା ଟଙ୍କପାଣି ରୋଡରେ ଥିବା ଏହି ନକଲି ସିମେଣ୍ଟ କାରଖାନାକୁ ପୋଲିସ ଠାବ କରିଛି।

ଏହି କାରଖାନାରେ ପୋଲିସ ରେଡ୍ ବେଳେ ବିପୁଳ ନକଲି ସିମେଣ୍ଟ ଜବତ କରିଛି। ଏଠାରେ ନାମିଦାମୀ ବ୍ରାଣ୍ଡର ଲୋଗୋ ଲଗାଇ ଲୋକଙ୍କୁ ଠକୁଥିଲେ ଏହି ସିମେଣ୍ଟ କଳକାରଖାନାର ମାଲିକ। ତେବେ ଏହି ନକଲି ସିମେଣ୍ଟ ବିଷୟରେ ପୋଲିସ ଖବର ପାଇ, ତଦନ୍ତ ଆରମ୍ଭ କରିଥିଲା। ପୋଲିସର ତଦନ୍ତ ପରେ ଏହି ଦୁର୍ନୀତିର ଖୁଲାସା ହୋଇଛି।

ବର୍ତ୍ତମାନ ଏକ ଘର ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଏହି ବାଲି ସିମେଣ୍ଟରେ ଚାଲିଯାଉଛି। ଏଥିସହ ସିମେଣ୍ଟର ମୂଲ୍ୟ ଦେଶରେ ଲଗାତାର ବୃଦ୍ଧି ପାଉଛି। ତେବେ ଏହି ନକଲି ସିମେଣ୍ଟ କମ୍ପାନୀ ଲୋକଙ୍କୁ ନକଲି ସିମେଣ୍ଟ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ପରେ ବର୍ତ୍ତମାନ ଏହି ଘଟଣାର ପର୍ଦ୍ଧାଫାଶ ଘଟିଛି।