fbpx
BSKY
BJD MC SKY
BJD YOUTH SKY

FSSAI ଯାଞ୍ଚ ନିର୍ଦ୍ଦେଶ ଦେଲା: ଓଡ଼ିଶାର ବଜାରରେ ବିକ୍ରି ହେଉଛି ନକଲି ଡାଳଚିନି ‘କାସିଆ’: ଠକାମିର ଶିକାର ହେଉଛନ୍ତି ସାଧାରଣ ଜନତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି କେଉଁ ସାମଗ୍ରୀ ଅସଲି ଆଉ କେଉଁଟା ନକଲି ଜାଣିବା କଷ୍ଟକର । କିଛି ବେପାରୀ ଅଧିକ ଫାଇଦା ଲକ୍ଷ୍ୟରେ କିଛି ନକଲି ସାମଗ୍ରୀ ବିକ୍ରି କରୁଥିବା ନେଇ ପୂର୍ବରୁ ଅଭିଯୋଗ ହେବା ସହିତ ପ୍ରମାଣିତ ହୋଇଥିଲା । ତେବେ ଏହା ମଧ୍ୟରେ ଡାଳଚିନିକୁ ନେଇ ଆସିଛି ଏକ ବଡ଼ ଖବର । ବଜାରରେ ନକଲି ଡାଳଚିନି ଗୋଟା ଓ ପାଉଡର ଆକ୍ରମାରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ବଜାରରେ ନକଲି ଡାଳଚିନି ବିକ୍ରି ହେଉଥିବା ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କ ନିକଟରେ ବହୁ ଅଭିଯୋଗ ହୋଇଥିଲା । ତେଣୁ ବଜାରରେ ବିକ୍ରି ହେଉଥିବା ଡାଳଚିନିର ଯାଞ୍ଚ କରିବାକୁ ଏଫଏସଏସଏଆଇ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସାରା ରାଜ୍ୟରେ ବିକ୍ରି ହେଉଥିବା ଡାଳଚିନିର ମାନ ଜାଣିବା ପାଇଁ ନମୂନା ସଂଗ୍ରହ ଆରମ୍ଭ ହୋଇଛି ।

ତେବେ କିଛି ଲାଭଖୋର ବ୍ୟବସାୟୀ ଡାଳଚିନି ବଦଳରେ ଲୋକଙ୍କୁ କାସିଆ ବିକ୍ରି କରି ଭୁଆଁ ବୁଲାଉଥିବା ଅଭିଯୋଗ ହୋଇଛି । ଲୋକମାନେ ମଧ୍ୟ ବର୍ଷ ବର୍ଷ ଧରି କାସିଆ ବ୍ୟବହାର କରୁଥିବା ଜଣାପଡ଼ିଛି । ତେବେ ଉଭୟ ଖୁଚୁରା ଓ ଷ୍ଟକିଷ୍ଟଙ୍କଠାରୁ ନମୂନା ସଂଗ୍ରହ ଆରମ୍ଭ ହୋଇଥିବା ବେଳେ କିଛିଦିନ ଭିତରେ ଏହି ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି । ତେବେ ଦୁଇଟି ଯାକ ସାମଗ୍ରୀ ଦେଖିବାକୁ ଏକାଭଳି ହୋଇଥିବା ବେଳେ କାସିଆ ଆମ ଶରୀର ପାଇଁ ଖରାପ ହୋଇଥାଏ । ୨୦୧୬ ମସିହା ନଭେମ୍ବରରେ ଏଫଏସଏସଏଆଇ ପକ୍ଷରୁ ଡାଳଚିନିକୁ ନେଇ ସଂଶୋଧିତ ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲା । ଡାଳଚିନିରେ କୌମେରିନ ସ୍ତର ୦.୨ ପ୍ରତିଶତ ରହିଥିବା ବେଳେ କାସିଆରେ ୧୦.୬୩ ପ୍ରତିଶତ ରହିଥିବା ଜଣାପଡ଼ିଥିଲା । ରିପୋର୍ଟ ଆସିବା ପରେ କାସିଆକୁ ଲୋକେ କିପରି ଚିହ୍ନିପାରିବେ ସେନେଇ ସଚେତନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.