fbpx

ଇମୋସନାଲ ଡ୍ରାମା କରି ଫସାଉଥିଲା ରସିକିଆ ଡାକ୍ତର, ସାମ୍ନାକୁ ଆସିଲା Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନକଲି ଡାକ୍ତର ରମେଶ ସ୍ୱାଇଁର ଠକେଇ ମାମଲାରେ ସାମ୍ନାକୁ ଆସିଛି ଆଉ ଏକ ଭିଡିଓ । ମହିଳାଙ୍କୁ ଫସାଇବାକୁ ରମେଶ ତିଆରି କରୁଥିଲା ଇମୋସନାଲ ଭିଡିଓ । କାନ୍ଦିବାର ଅଭିନୟ କରି ମଧ୍ୟ କିଛି ମହିଳାଙ୍କୁ ଠକିଛି ରସିକିଆ ଡାକ୍ତିର । ଆଖିରୁ ମିଛ ଲୁହ ଗଡ଼ାଇ ସେ ମହିଳାଙ୍କୁ ପ୍ରେମ ଜାଲରେ ଫସାଉଥିଲା । ଆଉ କେତେବେଳେ ହାତରେ ସାଲାଇନ୍ ଲଗାଇ ଅସୁସ୍ଥ ଦର୍ଶାଉଥିଲା ରମେଶ । ଏହି ଫଟୋ ଦେଖାଇ ମହିଳାଙ୍କୁ ଇମୋସନାଲ ବ୍ଲାକମେଲ କରୁଥିଲା ରମେଶ । ଏହି ଫଟୋ ଓ ଭିଡିଓକୁ ନେଇ ତଦନ୍ତ କରିବ କମିଶନରେଟ ପୋଲିସ । ଏନେଇ ଭୁବନେଶ୍ୱର DCP ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ତେବେ ଠକ ରମେଶଙ୍କ ବିରୋଧରେ ଠକେଇ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି । ପାହାଳରେ ଏକ ଜାଗାରେ ପାଚେରୀ ବୁଲେଇବାକୁ କହି ଠିକାଦାରଙ୍କଠାରୁ ୭୦ ହଜାର ଟଙ୍କା ଠକିଥିବା ମାମଲା ନିକଟରେ ସାମ୍ନାକୁ ଆସିଥିଲା । ଏନେଇ ପାହାଳ ଥାନାରେ ଓ ମହିଳା ଥାନାରେ ଅଭିଯୋଗ କରିଥିଲେ ଠିକାଦାର ଉପେନ୍ଦ୍ର ମହାରଣା । ରମେଶ ନିଜ ଜମିରେ ୩ ମହଲା କୋଠା କରିବା କଥା ଠିକାଦାରଙ୍କୁ କହିଥିଲେ । ଉକ୍ତ ଜାଗାର ମାଲିକାନା ରମେଶ କି ନୁହେଁ ଯାଞ୍ଚ କରୁଛି ପୋଲିସ ।

Get real time updates directly on you device, subscribe now.