fbpx
BJD SKY
BJD SKY

ନକଲି IPS-ନକଲି CBI: ଠକିବାର ଗୋଟେ ସୀମା ଥାଏ, ମ୍ୟାରେଜ ସ୍ୱପ୍ନ ପୂର୍ବରୁ ଲାଗିଲା ଝଟକା

BJD

ନୂଆଦିଲ୍ଲୀ: ଆଜିକାଲି ଠକଙ୍କର ରାଜୁତି ବଢ଼ିବାରେ ଲାଗିଛି । ପୋଲିସ ଯେତେ କଠୋର ଆଇନ ପ୍ରଣୟନ କଲେ ମଧ୍ୟ ଠକମାନେ ଏ କ୍ଷେତ୍ରରେ ଗୋଟିଏ ପାଦ ଆଗରେ ରହୁଛନ୍ତି । ଏପରି କିଛି ଠକ ପୋଲିସ ଓ ଆଇନ ଆଖିରେ ଧୂଳି ଦେଇ ବହୁ ବଡ଼ ବଡ଼ ସ୍କାଣ୍ଡାଲରେ ଲିପ୍ତ ରହୁଛନ୍ତି । ତେବେ ନିକଟରେ ଏପରି ଏକ ମହାଠକକୁ ପୋଲିସ ଗିରଫ କରିଛି । ଏହି ମହାଠକ ନକଲି ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଓ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଅଧିକାରୀ ଭାବେ ନିଜକୁ ପରିଚୟ ଦେଇଥିଲା ।

ସୂଚନା ମୁତାବକ, ଉତ୍ତରପ୍ରଦେଶରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଏହି ଠକ ୟୁପିର ସହାରନପୁର ଜିଲ୍ଲାର ସଧୋଲି ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ନିଜକୁ ନକଲି ଆଇପିଏସ ଅଧିକାରୀ ଭାବେ ପରିଚୟ ଦେଉଥିଲା । କେବଳ ସେତିକି ନୁହେଁ, ସେ ନିଜକୁ ନକଲି ସିବିଆଇ ଅଧିକାରୀ ଭାବେ ମଧ୍ୟ ପରିଚୟ ଦେଉଥିଲା । ତେବେ ଚୋର ପାଇଁ ସବୁ ରାତି ଅନ୍ଧାର ନଥାଏ । ନିଜକୁ ନକଲି ଅଫିସର ଭାବେ ପରିଚୟ ଦେଇ ବିବାହର ସ୍ୱପ୍ନ ଦେଖୁଥିବା ଏହି ମହାଠକକୁ ଶେଷରେ ପୋଲିସ କାବୁ କରିଥିଲା । ଏହାପରେ ସେ ପୋଲିସ ଆଗରେ ସବୁ ସତ ମାନିଯାଇଥିଲା ।

ତେବେ ଯେଉଁ ଯୁବତୀଙ୍କ ସହିତ ଏହି ଠକର ବିବାହ ଠିକ୍ ହୋଇଥିଲା ଉକ୍ତ ଯୁବତୀଙ୍କ ପରିବାର ସଦସ୍ୟମାନେ ଠକ ଯୁବକର କିଛି କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ଏହାପରେ ସେମାନେ ପୋଲିସରେ ଏନେଇ ମାମଲା ଦାୟର କରିଥିଲେ । ପୋଲିସ ଟିମ୍ ଠକକୁ ପିଛା କରି ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରି ଶେଷରେ ତାକୁ ଗିରଫ କରିଥିଲା । ପୋଲିସ ତା’ ନିକଟରୁ ଫେକ୍ ଆଇଡି, ଡିସିପିଙ୍କ ଫେକ୍ ଆଇଡି, ଫଟୋଗ୍ରାଫ ଓ ଅନ୍ୟ ଡକ୍ୟୁମେଣ୍ଟ ଜବତ କରିଥିଲା । ଲୋକମାନେ ଯେପରି ତାକୁ ସନ୍ଦେହ ନ କରିବେ ସେଥିପାଇଁ ସେ ଟ୍ରେନିଂ ପୋଲିସ ଅଧିକାରୀଙ୍କ ଚେହେରା ଉପରେ ନିଜର ଫଟୋ ଲଗାଇ ଦେଉଥିଲା । ଏହାଫଳରେ ଠକ ଯୁବକ ଆଇପିଏସ ଓ ସିବିଆଇ ଟେନ୍ରିଂ ନେଇଥିବା ସମସ୍ତେ ଭାବୁଥିଲେ ।

Get real time updates directly on you device, subscribe now.