fbpx

୧୦୦ ଦିନ ପାଣି ଭିତରେ ରହିବେ ଏହି ବୈଜ୍ଞାନିକ, ପୁରା କରିଛନ୍ତି ୩୦ ଦିନର ପରୀକ୍ଷଣ

ୱାଶିଂଟନ: ସାଧାରଣତଃ ମଣିଷ ପାଣି ମଧ୍ୟରେ ବହୁତ ସମୟ ରହିପାରେ ନାହିଁ । ପାଣି ମଧ୍ୟରେ ଅମ୍ଳଜାନ ଥଳି ନେଇ ବିଶେଷଜ୍ଞମାନେ କିଛି ସମୟ ଅନୁସନ୍ଧାନ ପାଇଁ ଯାଇଥାନ୍ତି । ହେଲେ ସମୁଦ୍ର ମଧ୍ୟରେ ଦିନ ଦିନ ଧରି ରହିବା ଅସମ୍ଭବ ହୋଇଯାଏ । ତେବେ ଏହାର ଏକ ରେକର୍ଡ ସୃଷ୍ଟି କରିବାକୁ ଅମେରିକାର ଜଣେ ବୈଜ୍ଞାନିକ ୧ମାର୍ଚ୍ଚ ୨୦୨୩ରେ ଫ୍ଲୋରିଡା କିସରେ ୩୦ ଫୁଟ ଗଭୀର ପାଣିରେ ରହୁଛନ୍ତି । ଏକ ମାସରୁ ଅଧିକ ହୋଇଗଲାଣି ସେ ପାଣିରେ ରହିଛନ୍ତି । ତେବେ ସେହି ବୈଜ୍ଞାନିକଙ୍କ ନାମ ହେଉଛି ଦିତୁରୀ ଉର୍କ ଜୋ ଦିତୁରୀ ।

୧୦୦ ଦିନ ପର୍ଯ୍ୟନ୍ତ ପାଣିରେ ରହି ପୂର୍ବ ରେକର୍ଡକୁ ସେ କାଟିବାକୁ ଚାହୁଁଛନ୍ତି । ସେହି ବୈଜ୍ଞାନିକ ଜଣକ ୫୯୨ ବର୍ଗ ଫୁଟର ଏକ ବକ୍ସରେ ବନ୍ଦ ରହିଛନ୍ତି । ଏହି ସମୟରେ, ହାଇପାରବାରିକ୍ ଚାପ ହେତୁ ଜୋସେଫ ଶରୀର ଉପରେ ଏହାର ପ୍ରଭାବ ଯାଞ୍ଚ କରିବେ । ଜୋସେଫ ଜଣେ ପୂର୍ବତନ ନୌସେନା ଡ୍ରାଇଭର ତଥା ଜୈବ ଚିକିସ୍ରା ଇଞ୍ଜିନିୟର ଅଟନ୍ତି । ହାଇପରବାରିକ୍ ଚାପର ଅର୍ଥ ହେଉଛି ଜଳର ଚାପ ସମୁଦ୍ର ପୃଷ୍ଠରେ ଥିବା ବାୟୁର ଚାପଠାରୁ ଅଧିକ । ଦିତୁରୀଙ୍କ ପରୀକ୍ଷଣ ଅଲଗା କାରଣ ଜୋସେଫଙ୍କ ବକ୍ସକୁ ବୁଡାଜାହାଜ ପରି ସିଲ୍ କରାଯାଇନାହିଁ । ଏଥିରେ କୌଣସି ଏୟାରଲକ ନାହିଁ । ବକ୍ସ ଭିତରକୁ ପାଣି ମଧ୍ୟ ଯିବା ଆସିବା କରୁଛି ।

ବକ୍ସର ଖାସ କଥା ହେଉଛି ଯେ, ଏହି ବକ୍ସରେ ଏୟାରପ୍ୟାକେଟ ତିଆରି ହୋଇଛି । ଯେଉଁଥିରେ ମଝିରେ ମଝିରେ ସେ ଶ୍ୱାସ ନେବା ଏବଂ ଶୋଇବା ପାଇଁ ଆସିଥାନ୍ତି । ବକ୍ସଟି ଏକ ପୁଲ୍ ପରି ଅଛି । ଯେଉଁଥିରୁ ସେ ବାହାରି ସମୁଦ୍ରର ଖୋଲା ପାଣିକୁ ମଧ୍ୟକୁ ଯାଇପାରୁଛନ୍ତି । ୩୦ ଫୁଟ ଗଭୀରତାରେ ବାୟୁ ଚାପ ଭୂପୃଷ୍ଠ ତୁଳନାରେ ଦୁଇଗୁଣ ହେବ ।ସମୁଦ୍ରରେ ବାସ କରୁଥିବା ବିବର୍ତ୍ତନ ପ୍ରକ୍ରିୟା ବୁଝିବା ତାଙ୍କ ପାଇଁ ସହଜ ହେବ। ଫୁସଫୁସରେ କେବଳ ଅମ୍ଳଜାନ ଏବଂ CO2 ଉପଲବ୍ଧ ହୋଇଥାଏ। ଏହି ଉଭୟ ବାୟୁ କେବଳ ଆମର ଫୁସଫୁସକୁ ଯାଏ। ଏହା ରକ୍ତରେ ମଧ୍ୟ ମିଶି ଯାଇଥାଏ। କିନ୍ତୁ ଯେତେବେଳେ ଚାପ ବଢେ, ନାଇଟ୍ରୋଜେନ ଫୁସଫୁସ ଏବଂ ରକ୍ତରେ ମିଶ୍ରଣ ଆରମ୍ଭ କରେ। ୩୩ ରୁ ୯୮ ଫୁଟ ଗଭୀରରେ, ୩୦ ଫୁଟ ଗଭୀରତାରେ, ଜୋସେଫ ଅନୁଭବ କରିବେ ଯେପରି ସେ କିଛି ଶକ୍ତିଶାଳୀ ମଦ୍ୟପାନ କରିଛନ୍ତି। ବୈଜ୍ଞାନିକ ମାନେ ଏପର୍ଯ୍ୟନ୍ତ ଏହାର କାରଣ ଖୋଜି ପାଇ ନାହାଁନ୍ତି।

ସେ ଯେଉଁଠାରେ ଅଛନ୍ତି ସେଠାରେ ଏକ ବଡ ଝରକା ଅଛି । ହେଲେ ସେ ଭୂମି ଅପେକ୍ଷା ସମୁଦ୍ରରେ ବହୁ କମ ସୂର୍ଯ୍ୟକିରଣ ପାଇଛନ୍ତି । ଏହି କାରଣରୁ ତାଙ୍କୁ ସର୍କାର୍ଡିଆନ୍ ରିମ୍ ପ୍ରଭାବିତ କରିବ । ଅର୍ଥାତ୍ ଶରୀରର ଅତ୍ୟାବଶ୍ୟକ ଅଙ୍ଗ ଗୁଡିକର କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଶୋଇବା ଉଠିବା ଚକ୍ରକୁ ଏହା ଚଳାଇଥାଏ ।ତେବେ ସେ ପାଣି ମଧ୍ୟରେ ରହିବା କାରଣରୁ ତାଙ୍କୁ ଭିଟାମିନ ଡି ମିଳିପାରିନଥାଏ । ଯାହାଦ୍ୱାରା ୧୪ ଦିନ ମଧ୍ୟରେ ତାଙ୍କ ଶରୀର ରୋଗପ୍ରତିରୋଧକ ଶକ୍ତି କମିଯାଇପାରେ । ତେଣୁ ସେହି ଛୋଟ ବକ୍ସରେ ତାଙ୍କୁ ପହଁରି ବ୍ୟାୟାମ କରିବାକୁ ପଡିବ । କାରଣ ବୁଡାଜାହାଜରେ ରହୁଥିବା ଲୋକମାନେ ମଧ୍ୟ ଦୁଇ ମାସ ମଧ୍ୟରେ ଅନେକ ସମସ୍ୟାରେ ପଡିଥାନ୍ତି ।

Get real time updates directly on you device, subscribe now.