fbpx
BJD SKY
BJD SKY

ସାମ୍ବାଦିକତା ଡିଗ୍ରୀ ଥିଲେ ମିଳିବ ସରକାରୀ ଚାକିରି: ମାସକୁ ୬୦ ହଜାର, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାରି କଲା ବିଜ୍ଞପ୍ତି

BJD

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ସାମ୍ବାଦିକତା ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀଙ୍କୁ ଏଥିରେ ନିଯୁକ୍ତି ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ ମାସକୁ ୬୦ ହଜାର ଟଙ୍କା ଦରମା ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କୁ ଯାଇ ନିଯୁକ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ମାଷ୍ଟର ଡିଗ୍ରୀ / ସାମ୍ବାଦିକତାରେ ଡିପ୍ଲୋମୋ / ଗଣ ଯୋଗାଯୋଗ / ଭିଜୁଆଲ ଯୋଗାଯୋଗ / ସୂଚନା ଆର୍ଟସ / ଆନିମେସନ ଓ ଡିଜାଇନିଂ, ସାହିତ୍ୟ ଓ ସୃଜନଶୀଳ ଲେଖା ଆଦି ରହିଥିବା ଆବଶ୍ୟକ । ମାଷ୍ଟର ଡିଗ୍ରୀ କିମ୍ବା ଡିପ୍ଲୋମା ପରେ ପ୍ରାର୍ଥୀଙ୍କର ଅତିକମରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଜରୁରୀ । ଯୋଗାଯୋଗ, ଡିଜାଇନିଂ, ମାର୍କେଟିଂ, ଆନିମେସନ, ଏଡିଟିଂ ଓ ବହି ପ୍ରକାଶନ କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ପ୍ରଦାନ କରାଯିବ ।

ଅଫିସିଆଲ କାର୍ଯ୍ୟ ପାଇଁ ପ୍ରାର୍ଥୀଙ୍କୁ ଟିଏ / ଡିଏ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ବିମାନ ଯାତ୍ରା କିମ୍ବା ରେଳ ଯାତ୍ରା ସହିତ ହୋଟେଲ ରହଣି ପାଇଁ ଦିନକୁ ୨୨୫୦ ଟଙ୍କା ପ୍ରଦାନ କରାଯିବ । ଏଥିସହିତ ଦିନକୁ ୩୩୮ ଟଙ୍କା ଟ୍ୟାକ୍ସି ଚାର୍ଜ ରହିଛି । ଚଳିତ ବର୍ଷ ମେ ମାସ ୮ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୩୨ ବର୍ଷ ହୋଇଥିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ନୋଟିଫିକେସନ ଲିଙ୍କ: https://mib.gov.in/sites/default/files/Vaccancy%20%20Hiring%20of%20Young%20Profeessionals.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://mib.gov.in/

Get real time updates directly on you device, subscribe now.