ନକଲି ନୋଟ କାରବାର ରେ ନରସିଂହପୁର ମହିଳା!

ଜାଲ୍ ନୋଟ ସହ ମହିଳା ଗିରଫ, ୧୧ ହଜାର ୩୦୦ ନକଲି ଟଙ୍କା ଜବତ କଲା ହିନ୍ଦୋଳ ପୋଲିସ

News across the Earth, news close to your heart, Read Odisha Bhaskar English

ହିନ୍ଦୋଳ , 16/3 :ରାଜ୍ୟରେ ନକଲି ଟଙ୍କା କାରବାର ବଢିବାରେ ଲାଗିଛି। ନିକଟରେ କୋରାପୁଟ ଜିଲ୍ଲାରେ କୋଟି କୋଟି ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଥିଲା। ଏବେ ନକଲି ନୋଟ୍ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବଜାରରେ ଦେଖିବାକୁ ମିଳିଛି। ନକଲି ଟଙ୍କା କାରବାର କରୁଥିବାବେଳେ ଜଣେ ମହିଳାଙ୍କୁ ହିନ୍ଦୋଳ ପୋଲିସ ଗିରଫ କରିଛି । ମହିଳାଙ୍କ ଠାରୁ ପୁକିସ ୧୧ହଜାର ୩ଶହ ଟଙ୍କା ଜବତ କରିଛି ଗିରଫ ମହିଳା ଜଣଙ୍କ କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମର ମମତା ସାହୁ ବୋଲି ଜଣା ପଡିଛି । ମମତା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ଅମାଲପଡା ସ୍ଥିତ ଦୋକାନରୁ ଏହି ନକଲି ଟଙ୍କା ବିନିମୟରେ ସାମଗ୍ରୀ କିଣୁଥିଲେ। ତେବେ ମହିଳା ଜଣକ ଦେଇଥିବା ଟଙ୍କା ଦେଖି ସନ୍ଦେହ ହେବାରୁ ଦୋକାନୀ ଯାଞ୍ଚ କରିଥିଲେ।
ଫଳରେ ଏହା ନକଲି ବୋଲି ଜାଣିପାରି ପୋଲିସକୁ ଖବର ଦେଇଥିଲେ। ଫଳରେ ହିନ୍ଦୋଳ ପୋଲିସ ଦୋକାନାରେ ପହଞ୍ଚି ଉକ୍ତ ନୋଟ୍ ଜବତ କରିବା ସହ ମହିଳାଙ୍କୁ ଧରିଥିଲେ । ପରେ ମହିଳାଙ୍କଠୁ ପୋଲିସ୍ ମୋଟ ୧୧ ହଜାର ୩ଶହ ଟଙ୍କା ଜବତ କରିଛି।

Get real time updates directly on you device, subscribe now.