ଶରୀରରେ ଝିଟିପିଟି ପଡ଼ିବା ଶୁଭ ନା ଅଶୁଭ ? ଜାଣନ୍ତୁ ଏହା କଣ ସଙ୍କେତ ଦିଏ, ନଚେତ ଭୋଗିବେ…

ଆଜିକାଲି ଘରକୁ ଝିଟିପିଟି ଆସିବା ସାଧାରଣ କଥା। ସମସ୍ତଙ୍କ ଘରେ ପ୍ରାୟତଃ ଝିଟିପିଟି ଥାଏ । କିନ୍ତୁ ଏହି ଝିଟିପିଟିର କିଛି କାର୍ଯ୍ୟକଳାପ ଶୁଭ ଏବଂ ଅଶୁଭ ବିଷୟରେ ସୂଚନା ଦେଇଥାଏ । ଚାଲନ୍ତୁ ଜାଣିବା...

ଓଡ଼ିଶା ଭାସ୍କର: ଆମର ଚାରିପାଖେ ଘଟୁଥିବା ଛୋଟମୋଟ କାର୍ଯ୍ୟକଳାପ କେତେକ ସମୟରେ ଭବିଷ୍ୟତର ସଙ୍କେତ ଦେଇଥାଏ । ଯଦିଓ ଏହାକୁ ଜାଣିବା ଏବଂ ବୁଝିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ତେଣୁ ଜ୍ୟୋତିଷ ଶାସ୍ତ୍ରରେ, ଏହା ଉପରେ ସମ୍ପୂର୍ଣ୍ଣ ବିଜ୍ଞାନ ଅଛି । ଯାହାକୁ ଶକୁନ ଶାସ୍ତ୍ରରେ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇଛି ।

ଆଜିକାଲି ଘରକୁ ଝିଟିପିଟି ଆସିବା ସାଧାରଣ କଥା। ସମସ୍ତଙ୍କ ଘରେ ପ୍ରାୟତଃ ଝିଟିପିଟି ଥାଏ । କିନ୍ତୁ ଏହି ଝିଟିପିଟିର କିଛି କାର୍ଯ୍ୟକଳାପ ଶୁଭ ଏବଂ ଅଶୁଭ ବିଷୟରେ ସୂଚନା ଦେଇଥାଏ । ଚାଲନ୍ତୁ ଜାଣିବା…

ବିପତ୍ତି ଆସିବାର ସଙ୍କେତ ଦେଇଥାଏ

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଧର୍ମ ବିଦ୍ୟା ବିଜ୍ଞାନ ଫ୍ୟାକଲ୍ଟିର ଜ୍ୟୋତିଷ ବିଭାଗର ପ୍ରଫେସର ପଣ୍ଡିତ ବିନୟ ପାଣ୍ଡେୟ କହିଛନ୍ତି ଯେ, ମଣିଷ ଶରୀରେ ଝିଟିପିଟି ପଡ଼ିବା ବା ଡେଇଁବା ବହୁ ସମୟରେ ଶୁଭ ସଙ୍କେତ ଦେଇଥାଏ । ଆଉ ଅନେକ ସମୟରେ ମଣିଷ ଜୀବନରେ ଆସିବାକୁ ଥିବା ବିପତ୍ତି ବା ଅସୁବିଧାର ସଙ୍କେତ ଦେଇଥାଏ ।

ଅଙ୍ଗ ଉପରେ ପଡ଼ିବା ଏହା ଅତ୍ୟନ୍ତ ଅଶୁଭ

ମଣିଷ ଶରୀରର ଡାହାଣ ପାର୍ଶ୍ୱରେ ଝିଟିପିଟି ପଡ଼ିବା କିଛି ଅସୁବିଧା ବା ସଙ୍କଟର ସୂଚନା ଦିଏ। ଏହା ଯୋଗୁଁ ବ୍ୟକ୍ତିର ଧନହାନି ହୋଇପାରେ। ଅନ୍ୟପକ୍ଷରେ, ଯଦି ଝିଟିପିଟି କୌଣସି ବ୍ୟକ୍ତିଙ୍କ ନାକ ଉପରେ ପଡ଼ିଯାଏ, ତେବେ ଏହା ବ୍ୟକ୍ତିକୁ ରୋଗ, ଅସୁସ୍ଥତା ଏବଂ ଶାରୀରିକ ଯନ୍ତ୍ରଣା ଦେଇଥାଏ। ଯାହା ଧନହାନିର କାରଣ ମଧ୍ୟ ହୋଇଥାଏ।

ଏହା ଏଶୁଭ ସେତେବେଳେ ଘଟେ ଯେତେବେଳେ ଝିଟିପିଟି ମଣିଷ ଶରୀର ଉପରେ ପଡ଼ିଯାଏ କିମ୍ବା ଡେଇଁପଡ଼େ। କିନ୍ତୁ ଯଦି ଜଣେ ବ୍ୟକ୍ତି ଶୋଇଥାଏ ଏବଂ ତା’ପରେ ଝିଟିପିଟି ଘସି ହେଇ କିମ୍ବା ବ୍ୟକ୍ତି ଉପରେ ଚଢ଼ିଯାଏ, ତେବେ ଏହାର କୌଣସି ଶୁଭ କିମ୍ବା ଅଶୁଭ ଫଳାଫଳ ନଥାଏ ବା ଏହାର କୌଣସି ସଙ୍କେତ ନଥାଏ ।