fbpx

ହ୍ରାସ ହେଉଛି ଅଶୋଧିତ ତୈଳ ଦର:କେବେ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ? ଜାଣନ୍ତୁ କେଉଁଠି କେତେ ତେଲ ଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଦିନକୁ ଦିନ ଅଶୋଧିତ ତୈଳ ଦର ହ୍ରାସ ହେବାର ଲାଗିଛି । ଏଭଳି ପରିସ୍ଥିତିରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହେବ ବୋଲି ଆଶା କରାଯାଉଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ଆସୁନାହିଁ । ତେବେ ଏପରି ସ୍ଥିତିରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଶେଷ ଥର ପାଇଁ ମେ ୨୧ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ । ଯାହାଫଳରେ ପେଟ୍ରୋଲ ଲିଟର ପିଛା ୯.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି ।

ବର୍ତ୍ତମାନ ଶସ୍ତା ହେବ ନାହିଁ ପେଟ୍ରୋଲ-ଡିଜେଲ:

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏଥିସହିତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଭାରତୀୟ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ଅଧିକ ହ୍ରାସ କରିବାକୁ ଚାହୁଁ ନାହାନ୍ତି । ଏତତ ବ୍ୟତୀତ ଅଏଲ୍ କମ୍ପାନୀମାନେ ନିଜର କ୍ଷତି ଭରଣା କରିବା ପାଇଁ ଆଉ କିଛି ସମୟ ଚାହୁଁଛନ୍ତି ।

ତେବେ ପେଟ୍ରୋଲ ଡିଜେଲ ଦର ହ୍ରାସ ହେଲେ ଅନ୍ୟ ସାମଗ୍ରୀର ଦରଦାମ୍ ହ୍ରାସ ହେବାର ଆଶଙ୍କା କରାଯାଉଛି । ଯାହା ପଳରେ ସାଧାରଣ ଲୋକେ ଟିକେ ଆଶ୍ୱସ୍ତି ପାଇପାରନ୍ତି। ଭାରତୀୟ ତୈଳ ବିତରଣ କମ୍ପାନୀ ଇଣ୍ଡିଆ ଅଏଲ୍ କର୍ପୋରେସନ୍‌(ଆଇଓସିଏଲ୍‌)ର ସଦ୍ୟ ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ଆଜି ସେପ୍ଟେମ୍ବର ୧୧, ୨୦୨୨ ରେ ପେଟ୍ରୋଲ ଲିଟର ପିଛା ୯୬.୭୨ ଟଙ୍କା ଥିବାବେଳେ ଡିଜେଲ ୮୯.୬୨ ଲିଟର ପିଛା ଟଙ୍କାରେ ସ୍ଥିର ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ଲିଟର ପେଟ୍ରଲର ଦାମ  ୧୦୩.୧୯ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୪.୭୬ ଟଙ୍କା ରହିଛି ।

Get real time updates directly on you device, subscribe now.