fbpx

ଡିନର୍ ପରେ ବେହୋସ୍ ହେଲା ପୁରା ପରିବାର: ୨ ବର୍ଷର ଝିଅକୁ ନେଇ ପ୍ରେମିକ ସହ ଫେରାର ହୋଇଗଲା ବୋହୂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପିଲିଭିତରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ସେଠାରେ ଜଣେ ବିବାହିତା ମହିଳା ରାତି ଖାଇବାରେ ନିଶା ଜିନିଷ ମିଶାଇ ତାକୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଖାଇବାକୁ ଦେଇଥିଲେ । ଫଳସ୍ୱରୂପ ସେମାନେ ଖାଇବା ପରେ ବେହୋସ୍ ହୋଇଗଲେ । ଏହାର ସୁଯୋଗ ନେଇ ମହିଳା ଜଣକ ନିଜର ୨ ବର୍ଷର ଝିଅକୁ ନେଇ ପ୍ରେମିକ ସହିତ ଫେରାର ହୋଇଗଲେ ।ସାଥିରେ ନିଜର ସମସ୍ତ ଗହଣା ଓ କିଛି ନଗଦ ଟଙ୍କା ମଧ୍ୟ ସାଥିରେ ନେଇଛନ୍ତି ।

ଶୁକ୍ରବାର ସକାଳେ ଯେବେ ପରିବାର ଲୋକ କେହି ବାହାରକୁ ନଆସିଲେ, ସେବେ ପଡୋଶୀମାନଙ୍କୁ ସନ୍ଦେହ ହୋଇଥିଲା । ସେମାନେ ଘର ଭିତରକୁ ଯିବାରୁ ଜାଣିବାକୁ ପାଇଲେ କି, ପରିବାରର ୫ ଜଣ ସଦସ୍ୟ ବେହୋସ୍ ଅବସ୍ଥାରେ ପଡିଛନ୍ତି । ସେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଏହି ଘଟଣା ମାଧୋଟାଣ୍ଡା ଥାନା ଅଞ୍ଚଳ ଅନ୍ତର୍ଗତ ଗୁଲାବ ଟାଣ୍ଡା ଗାଁର ବୋଲି ଜଣାପଡିଛି । ସେଠାରେ ସୁଶୀଲ କୁମାର ନିଜ ପରିବାର ସହ ରହୁଛନ୍ତି । ସୁଶୀଲ ନିଜ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସେ କହିଛନ୍ତି ଯେ, ୬ ଏପ୍ରିଲ ସନ୍ଧ୍ୟାରେ ଘରର ସମସ୍ତ ଲୋକ ଖାଇବା ଖାଇଥିଲେ, ଯାହା ଫଳରେ ସମସ୍ତେ ବେହୋସ୍ ହୋଇପଡିଲେ । ଖାଇବା ତାଙ୍କ ପତ୍ନୀ ହିଁ ତିଆରି କରିଥିଲେ, ଯେଉଁଥିରେ ନିଶା ମିଶିଥିଲା ।

ପୁରା ପରିବାର ବେହୋସ୍ ହେବା ପରେ ପତ୍ନୀ ୨ ବର୍ଷର ଝିଅକୁ ନେଇ ପ୍ରେମିକ ସହ ଫେରାର ହୋଇଛି । ସୁଶୀଲ କହିଛନ୍ତି ଯେ, ପତ୍ନୀଙ୍କର ଆଉ କେଉଁଠି ସମ୍ପର୍କ ଚାଲିଛି ବୋଲି ତାଙ୍କୁ ପ୍ରଥମରୁ ହିଁ ସନ୍ଦେହ ଥିଲା ।ଏହାକୁ ନେଇ ଉୟ ପତୀ ଓ ପତ୍ନୀଙ୍କ ମଧ୍ୟରେ ଅନେକଥର ଝଗଡା ମଧ୍ୟ ହୋଇଛି ।

Get real time updates directly on you device, subscribe now.