fbpx

ଦେଢ଼ ବର୍ଷ ପର୍ଯ୍ୟନ୍ତ ଶବକୁ ଘରେ ରଖି କରୁଥିଲେ ସେବା: ବାହାରୁନଥିଲା ଗନ୍ଧ କି ସଢ଼ୁନଥିଲା ମୃତଦେହ…

Advertisement

ଯେତେବେଳେ କାହାର ମୃତ୍ୟୁ ହୋଇଯାଏ । ତାଙ୍କର ମୃତଦେହ ବା ଶବର ଅନ୍ତିମ ସଂସ୍କାର କରାଯାଇଥାଏ । ହଁ, ଏମିତି ଅନେକ ସମୟରେ ଖବର ସାମ୍ନାକୁ ଆସିଛି ଯେ ଅନ୍ତିମ ସଂସ୍କାର ପୂର୍ବରୁ ଶବ ପୁଣି ଥରେ ଜୀବିତ ହୋଇଉଠିଛି । କିନ୍ତୁ ବର୍ତ୍ତମାନ ୟୁପି କାନପୁର ସହରରୁ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ଇନକମ ଟ୍ୟାକ୍ସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଲୋକ ତାଙ୍କୁ କୋମାରେ ଥିବା ଭାବି ୧୭ ମାସ ପର୍ଯ୍ୟନ୍ତ ଘରେ ରଖି ସେବା କରୁଥିଲେ । ବଡ଼ କଥା ହେଉଛି ଦେଢ଼ ବର୍ଷ ପର୍ଯ୍ୟନ୍ତ ମୃତଦେହକୁ କିପରି ପରିବାରଲୋକେ ଜାଣି ପାରିଲେନି ଏବଂ ମୃତଦେହରୁ ଗନ୍ଧ କିପରି ବାହାରିଲା ନାହିଁ ତାହାକୁ ନେଇ ସମସ୍ତେ ଚିକିତ । ଆଉ ଏହି ମାମଲା ଏବେ ଚର୍ଚ୍ଚାରେ ।

ଏହି ମାମଲାରେ କାନପୁରର ଚିଫ୍ ମେଡିକାଲ ଅଫିସର(ସିଏମଓ) କହିଛନ୍ତି ଯେ ଅଭିଯୋଗ ଆଧାରରେ ଟିମ୍ ଇନକମ୍ ଟ୍ୟାକ୍ସ ଅଧିକାରୀ ବିମଳେଶଙ୍କ ମୃତଦେହକୁ ଯାଞ୍ଚ କରାଇଥିଲେ । ଯେଉଁଥିରେ ଏକଥା ସାମ୍ନାକୁ ଆସିଥିଲା । ଯେ ତାଙ୍କ ଘରଲୋକ ଏହା ଭାବି ମୃତଦେହକୁ ଘରେ ରଖିଥିଲେ ଯେ ବିମଳେଶ ଜୀବିତ ଅଛନ୍ତି । ସିଏମଓ କହିଛନ୍ତି ଯେ ହୋଇପାରେ ଯେ ଗନ୍ଧ ନହେବା ପାଇଁ ଘରଲୋକ ସୁଗନ୍ଧ ପାଇଁ କିଛି ବ୍ୟବହାର କରିଥାଇପାରନ୍ତି ।

ଦେଢ଼ ବର୍ଷ ଧରି ଶବ କିପରି ସଢ଼ିନଥିଲା ବୋଲି ପ୍ରଶ୍ନରେ ସିଏମଓ କହିଛନ୍ତି ଯେ ହୋଇପାରେ ଯେ ଅକ୍ସିଜେନ୍ ଏବଂ ଆର୍ଦ୍ରତା କମ୍ ଏବଂ ଶବର ପ୍ରତିଦିନ ସଫେଇ କାରଣରୁ ତାହା ସଢ଼ିନଥାଇପାରେ । ସୂଚନାଯୋଗ୍ୟ, ପୋଲିସ ଇନକମ୍ ଟ୍ୟାକ୍ସ ଅଧିକାରୀ ବିମଳେଶଙ୍କ ମୃତଦେହକୁ ହାଲଟ ହସ୍ପିଟାଲ ନେଇ ପହଞ୍ଚିଥିଲେ । ଯେଉଁଠାରେ ଡାକ୍ତର ଯାଞ୍ଚ କରି ଦେଢ଼ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ନେଇ କହିଥିଲେ । ମେଡିକାଲ କଲେଜ ଜିଏସବିଏମ କାନପୁର ଏବେ ଏହି ମାମଲାରେ ଯାଞ୍ଚ କରିବେ । ଏକଥା ମଧ୍ୟ ସାମ୍ନାକୁ ଆସଛି ଯେ ଘରଲୋକ ଶବକୁ ଗଙ୍ଗାଜଳ ଏବଂ ଡେଟଲରେ ସଫା କରୁଥିଲେ ।

ରୋଶନ ନଗର ନିବାସୀ ବିମଳେଶ କୁମାର ଇନକମ୍ ଟ୍ୟାକ୍ସରେ କାର୍ଯ୍ୟରତ ଥିଲେ । ସେ ଏପ୍ରିଲ ୨୦୨୧ ରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହସ୍ପିଟାଲ ତରଫରୁ ତାଙ୍କର ଡେଥ୍ ସାର୍ଟିଫିକେଟ୍ ମଧ୍ୟ ମିଳିଥିଲା । ଶବକୁ ଘରକୁ ଆଣିବା ପାଇଁ ଅନ୍ତିମ ସଂସ୍କାରର ପ୍ରସ୍ତୁତି କରାଯାଉଥିଲା । କିନ୍ତୁ ଏହି ସମୟରେ ତାଙ୍କ ପରିଜନ ଏହା କହି ଅନ୍ତିମ ସଂସ୍କାର ସ୍ଥଗିତ କରିଥିଲେ ଯେ ମୃତକଙ୍କୁ ହୋଶ ଆସିଯାଇଛି । ଏହା ପରେ ପ୍ରାୟ ଦେଢ଼ ବର୍ଷରୁ ମୃତ ଶବକୁ ଘରେ ରଖାଯାଇଥିଲା ଏବଂ ପରିବାରଲୋକେ ତାଙ୍କର ସେବା କରୁଥିଲେ ।

Get real time updates directly on you device, subscribe now.