fbpx

ମୁନ୍‌ଲାଇଟ୍ ବିରୋଧରେ ଆଗକୁ ଆସିଲେ ଆଉଜଣେ ଉଦ୍ୟୋଗୀ, କହିଲେ ତଥ୍ୟର ସୁରକ୍ଷା ସହ ବୁଝାମଣା କରିବା ପାପ ହେବ

Advertisement

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ମୁନ୍‌ଲାଇଟ୍‌କୁ ନେଇ ବିବାଦ ଜାରି ରହିଛି। ଏହାକୁ ନେଇ ଲୋକେ ଏହାକୁ ନେଇ ନାନା ପ୍ରକାର ମତ ପୋଷଣ କରୁଛନ୍ତି । ଏହାରି ମଧ୍ୟରେ ଭାରତର ଆଉ ଜଣେ ଉଦ୍ୟୋଗପତି ଆଗକୁ ବାଢ଼ିଛନ୍ତି। ଆରପିଜି ଗ୍ରୁପ୍‌ର ଚେୟାରମ୍ୟାନ୍ ହର୍ଷ ଗୋୟେଙ୍କା ଏହି ଦିଗରେ ତାଙ୍କର ପାଦ ବଢାଇଛନ୍ତି। ଏହି ବିଷୟରେ ସେ କହିଛନ୍ତି ଯେ, ‘ଆପଣ ସ୍ୱିଗୀକୁ ୱିପ୍ରୋ ସହିତ ତୁଳନା କରିପାରିବେ ନାହିଁ। ୱିପ୍ରୋ ଗ୍ରାହକ ଫର୍ଚ୍ଚ୍ୟୁନ୍ ୫୦୦ କମ୍ପାନୀ ଅଟନ୍ତି ସେମାନଙ୍କର ତଥ୍ୟ ସହିତ ବୁଝାମଣା କରିବା ପାପ ହେବ।’

ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଏହି କମ୍ପାନୀ ମାନଙ୍କର ସାମନ୍ୟତମ ସନ୍ଦେହ ହୁଏ କି ତାଙ୍କର କୌଣସି ତଥ୍ୟ ଲିକ୍ ଅସୁରକ୍ଷିତ ଅଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ହର୍ସ ଗୋୟେଙ୍କା ତାଙ୍କର ଟ୍ୱିଟର ଆକାଉଣ୍ଟରେ ଆଜି ଏହି ବିଷୟରେ କହିଛନ୍ତି। ନିକଟରେ ୱିପ୍ରୋ ମୁନ୍‌ଲାଇଟ୍ ଆରୋପରେ ୩୦୦ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଥିଲା। ଏହା ପୁର୍ବରୁ ୱିପ୍ରୋ ଚେୟାରମ୍ୟାନ୍ ରିଶଦ ପ୍ରେମଜୀ ମୁନ୍‌ଲାଇଟ୍‌କୁ ନିଜର କମ୍ପାନୀକୁ ଠକିବା ବୋଲି କହିଥିଲେ।

କେବଳ ୱିପ୍ରୋ ନୁହେଁ ଏହି ଧାରାରେ ଭାରତର ଅନ୍ୟ କମ୍ପାନୀମାନେ ମଧ୍ୟ ଯୋଡ଼ି ହୋଇଛନ୍ତି। ଇନଫୋସିସ୍ ଏବଂ ଟିସିଏସ୍ ମଧ୍ୟ ମୁନ୍‌ଲାଇଟ୍ ବିରୁଦ୍ଦରେ ନିଜର ମତ ରଖିଥିଲେ। ଏମିତିକି ଟିସିଏସ୍ ନିଜର କର୍ମଚାରୀମାନଙ୍କୁ ମେଲ୍ କରି ଏହି ମନୋବୃତିକୁ ଅଦୌ ବରଦାସ୍ତ କରାଯିବନି ଏବଂ ଏଥିପାଇଁ କର୍ମଚାରୀମାନଙ୍କୁ ଚାକିରି ହରାଇବାକୁ ମଧ୍ୟ ପଡିପାରେ ବୋଲି କହିଥିଲା।

ସପକ୍ଷରେ ମତ ରଖିଲେ କେନ୍ଦ୍ରମନ୍ତ୍ରୀ।

ମୁନ୍‌ଲାଇଟ୍‌କୁ ଘରୋଇ କମ୍ପାନୀମାନେ ପ୍ରବଳ ବିରୋଧ କରୁଥିବା ବେଳେ କେନ୍ଦ୍ର ଆଇଟି ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଏହା ସପକ୍ଷରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ‘ଆଜିର ଯୁବକମାନେ ତାଙ୍କ ଦକ୍ଷତା ଉପରେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ, ଯିଏ ଏହାକୁ ନିଜ ସୁବିଧା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ କମ୍ପାନୀମାନେ ସେମାନଙ୍କର ସ୍ୱପ୍ନକୁ ବାନ୍ଧିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ। ତେବେ ମନ୍ତ୍ରୀଙ୍କ କହିବା ମୁତାବକ ଯୁବକମାନଙ୍କୁ ଏହି ଉପାୟରେ ଅଟକାଇବା ପାଇଁ କମ୍ପାନୀର ଉଦ୍ୟମ ବିଫଳ ହେବ, ଯେତେବେଳେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ଷ୍ଟାର୍ଟଅପ୍ ପାଇଁ କାମ କରୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଏପରି ଏକ ସମୟ ଆସିବ ଯେତେବେଳେ ଲୋକମାନେ ଆଇନଜୀବୀ କିମ୍ବା ପରାମର୍ଶଦାତାଙ୍କ ପରି ବିଭିନ୍ନ ପ୍ରକଳ୍ପ ଅନୁଯାୟୀ ସମୟ ବାଣ୍ଟି କାର୍ଯ୍ୟ କରିବେ।’

ମୁନ୍‌ଲାଇଟ୍ କଣ ?

ଯେତେବେଳେ କୌଣସି କର୍ମଚାରୀ ନିଜର ମୂଳ ଚାକିରି ସହିତ ସମାନ ସମୟରେ ଅନ୍ୟ କୌଣସି କମ୍ପାନୀ ପାଇଁ କାର୍ଯ୍ୟ କରନ୍ତି, ତେବେ ଏହାକୁ ମୁନ୍‌ଲାଇଟ୍ କୁହାଯାଏ । ଅର୍ଥାତ୍ ଗୋଟିଏ ଚାକିରି ପାଇଁ ଦିନ ବେଳା ସମୟ ଦେବା ଏବଂ ଅନ୍ୟଟି ପାଇଁ ରାତି ସମୟ। ଅନ୍ୟ କେତେକ କ୍ଷେତ୍ରରେ(ୱାର୍କ ଫ୍ରମ ହୋମରେ ଥିବା) କର୍ମଚାରୀମାନେ ଏକା ସମୟରେ ଏକାଧିକ କମ୍ପାନୀ ପାଇଁ କାର୍ଯ୍ୟ କରୁଛନ୍ତି। ଏଠାରୁ ଆସିଛି ମୁନ୍‌ଲାଇଟ୍ ଶବ୍ଦ।

Get real time updates directly on you device, subscribe now.