ମୃତ୍ୟୁ ପରେ ମରଶରୀରକୁ ନେଲେନି ପରିବାର ଲୋକେ, ଶବ ସତ୍କାର କଲା ‘ବିପଦର ବନ୍ଧୁ’

ଭଞ୍ଜନଗର: ମଣିଷ ସଂସାରକୁ ଆସି ପରିବାର ଅର୍ଜନ କରିଥାଏ ତାର ପରିଣତ ବୟସରେ କିଛି ସେବା ପାଇବା ଓ ମୃତ୍ୟୁ ପରେ ମୁହଁ ରେ ଟିକେ ନିଆଁ ପାଇବା ପାଇଁ ।
କିନ୍ତୁ କିଛି ପରିବାର ଅଛନ୍ତି ଯେଉଁ ମାନେ କି କୈାଣସି ପାରିବାରିକ ଝଗଡାକୁ କେନ୍ଦ୍ର କରି ବୃଦ୍ଧାବସ୍ଥାରେ ନିଜ ସ୍ୱାମୀ ଓ ବାପାଙ୍କୁ ଘରୁ ବାହାର କରିଦେବା ସହ ମୃତ୍ୟୁ ପରେ ବି ଗ୍ରହଣ କରନ୍ତି ନାହିଁ।
ସେମିତି ଜଣେ ଅଭାଗା ବ୍ୟକ୍ତି ହେଉଛନ୍ତି ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ନିକଟସ୍ଥ ପାଇଲି ପଡା ଗ୍ରାମ ର ବସନ୍ତ ମହାନ୍ତି (୫୮)। ସେ ପ୍ରାୟ ୧୦ ବର୍ଷହେବ ଘରକୁ ନ ଯାଇ ବାହାରେ ମଠ ମନ୍ଦିର ରେ ଭିକ୍ଷା କରି ଦୁଇବେଳା ଦୁଇମୁଠା ଖାଉଥିଲେ।
ଆଉ ସେ ହଠାତ୍ ଅସୁସ୍ଥ ହୋଇ ପଡିବା ପରେ ମଧ୍ୟ ପରିବାର ଲୋକେ ଗ୍ରହଣ କଲେନାହିଁ। ଶେଷରେ ତାଙ୍କୁ ବିପଦର ବନ୍ଧୁ ଓଡିଶା ସ୍ବେଛାସେବୀ ଅନୁଷ୍ଠାନ ରେ ସଦସ୍ୟ ମାନେ ଭଞ୍ଜନଗର ମେଡିକାଲ ଆଣି ଚିକିତ୍ସା ସେବା ଯୋଗାଉଥିଲେ।
ଆଉ ମଙ୍ଗଳବାର  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା। ମୃତ୍ୟୁ ପରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ଘରକୁ ଯୋଗାଯୋଗ କରିଥିଲେ।
ପରେ ଗାଙ୍ଗପୁର ପୋଲିସ ମଧ୍ୟ ମୃତକଙ୍କ ଶବକୁ ଘରକୁ ଆଣିବାକୁ ତାଙ୍କ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ପରିବାର ଲୋକେ ଶବ ନେବାକୁ ସ୍ପଷ୍ଟ ମନା କରିବା ପରେ ଶେଷରେ ମୃତ ଦେହକୁ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ବେଲେଶ୍ୱର ଶୈବ ପୀଠ ଶ୍ମଶାନ ଘାଟରେ ଶବ ସତ୍କାର କରି ନିଜର ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି।
ପୂର୍ବରୁ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନର ସଦସ୍ୟ ମାନେ ଅଞ୍ଚଳର ବହୁ ମାନସିକ ବିକାରଗ୍ରସ୍ତ ଓ ଅସହାୟ ଙ୍କ ସେବା କରି ଆସିଛନ୍ତି। ମହାମାରୀ କୋରନା ସମୟରେ ଅନେକ ଅସହାୟ ଶବ ଗୁଡିକର ଶତ୍କାର କରି ସେମାନଙ୍କୁ ସାମାଜିକ ମର୍ଯ୍ୟାଦା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିଲେ।
ଅନୁଷ୍ଠାନର ଏହିଭଳି ମହାନ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।