fbpx

ଏହି ନିର୍ଦ୍ଦେଶକଙ୍କ ଝିଅର ହଟନେସରେ ଲୋକ ଫିଦା:  ବଲିଉଡର ଅଭିନେତ୍ରୀ ବି ପଡିବେ ଫିକା, ଜାଣନ୍ତୁ କିଏ ସେ ସୁନ୍ଦରୀ ?

ମୁମ୍ବାଇ: ବଲିଓଡର ପ୍ରସିଦ୍ଧ ନିର୍ଦ୍ଦେଶକ ଇମତିୟାଜ ଅଲ୍ଲୀ ନିଜର ଖାସ କାହାଣୀ ଓ ନିର୍ଦ୍ଦେଶନା ପାଇଁ ସମସ୍ତଙ୍କ ମନରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଅନେକ ଚଳଚ୍ଚିତ୍ରକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ଇମତିୟାଜ ଅଲ୍ଲୀଙ୍କ ସହ କାମ କରିବା ଅନେକ ବଲିଓଡ କଳାକାରମାନଙ୍କର ସ୍ୱପ୍ନ । ଏହି ନାମୀ ନିର୍ଦ୍ଦେଶକଙ୍କ ବିଷୟରେ ତ ଆପଣମାନେ ଜାଣିଛନ୍ତି । କିନ୍ତୁ ଆପଣମାନେ ତାଙ୍କ ଗେହ୍ଲୀ ଝିଅ ବିଷୟରେ ହୁଏତ ଜାଣି ନଥିବେ । ଯିଏ ନିଜ ସୁନ୍ଦରତାକୁ ନେଇ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ସାଜିଛନ୍ତି । ତେବେ ଆଜି ଆପଣମାନେ ଇମ୍ତିୟାଜ ଅଲ୍ଲୀଙ୍କ ଝିଅ ବିଷୟରେ ଜାଣିବାକୁ ପାଇବେ ।

ଇମତିୟାଜ ଅଲ୍ଲୀଙ୍କ ଗେହ୍ଲି ଝିଅ ହେଉଛନ୍ତି ଇଦା ଅଲ୍ଲୀ । ନିଜ ସୁନ୍ଦରତାରେ ଇଦା କାହାଠୁ କମ ନୁହନ୍ତି । ସୋସିଆଲ ମିଡିଆରେ ନିଜ ବୋଲ୍ଡ ଲୁକ ପାଇଁ ତାଙ୍କର ପରିଚୟ ଭିନ୍ନ । ନିଜ ସୌନ୍ଦର୍ଯ୍ୟରେ ବଲିଓଡର ହିରୋଇନମାନଙ୍କୁ ପଛରେ ପକାଇଛନ୍ତି ଇଦା । ବାପାଙ୍କ ପ୍ରଫେସନକୁ ଭଲ ପାଉଥିବା ଇଦା ନିର୍ଦ୍ଦେଶନାରେ ନିଜର କ୍ୟାରିୟର ଗଢୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୫ ବର୍ଷ ବୟସରେ ହିଁ ଇଦା ଫିଲ୍ମର ନିର୍ଦ୍ଦେଶନା ଆରମ୍ଭ କରିଥିଲେ ।

ଫିଲ୍ମ ମେକିଙ୍ଗରେ ଦକ୍ଷ ହେବା ସହ ଇଦା ନିଜର ହଟ ଓ ଷ୍ଟାଇଲିସ ଲୁକ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆରେ ଥିବା ଫ୍ୟାନ ଫୋଲୋଇଙ୍ଗ ତାଙ୍କ ସୌନ୍ଦର୍ଯ୍ୟର ପ୍ରମାଣ । ଇମତିୟାଜଙ୍କ ଝିଅ ଇଦା ଅନୁରାଗ କଶ୍ୟପଙ୍କ ଝିଅ ଆଲିୟା କଶ୍ୟପଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ତାଙ୍କ ସୌନ୍ଦର୍ଯ୍ୟରେ ଲୋକମାନେ ଏପରି ଆକର୍ଷିତ ହେଉଛନ୍ତି ଯେ ବଲିଓଡର ହିରୋଇନମାନେ ମଧ୍ୟ ଫିକା ପଡ଼ି ଯାଉଛନ୍ତି ।

Get real time updates directly on you device, subscribe now.