fbpx

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ କରୋନାର ଏଣ୍ଟ୍ରି, ପ୍ରଥମେ ରାଜ୍ୟପାଳ ତ ଏବେ ମୁଖ୍ୟମନ୍ତ୍ରୀ ହେଲେ ପଜିଟିଭ୍

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ କରୋନା ଭାରି ପଡୁଥିବା ଦେଖିବାକୁ ମିଳୁଛି। ରାଜ୍ୟପାଳ କୋଶୟାରୀଙ୍କ ପରେ ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି। ଉଦ୍ଧବଙ୍କ ସଂକ୍ରମଣ ବିଷୟରେ କଂଗ୍ରେସ ନେତା କମଲନାଥ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟପାଳଙ୍କ ସଂକ୍ରମଣ ବିଷୟରେ ଗଭର୍ଣ୍ଣର ହାଉସ୍ ପକ୍ଷରୁ ଅଧୀକାରିକ ସୂଚନା ମିଳିଛି। ଅଧିକାରୀ କହିଛନ୍ତି ଯେ ବୁଧବାର ନମୁନା ପରୀକ୍ଷା କରିବା ପରେ ସେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ରିଲାଏନ୍ସ ଫାଉଣ୍ଡେସନ ମେଡିକାଲରେ ଭର୍ତ୍ତି କରାଯାଇଥିଲ।

କ୍ଷମତାଶିନ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ବୁଧବାର ଦାବି କରିଛନ୍ତି ଯେ, ତାଙ୍କ ନିକଟରେ ୪୦ ବିଧାୟକଙ୍କ ସମର୍ଥନ ରହିଛି। ସେମାନଙ୍କ ସହ ସେ ଆଜି ସକାଳୁ ଗୁଆହାଟିରେ ପହଞ୍ଚିଛନ୍ତି। ଆଉ ୧୦ ବିଧାୟକ ଖୁବଶୀଘ୍ର ତାଙ୍କ ପଖରେ ପହଞ୍ଚିବେ ବୋଲି ସେ କହିଛନ୍ତି। ତେବେ ସେ କାହାରି ସହିତ ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି।

ଏହାରି ମଧ୍ୟରେ ଖବର ଆସିଛି ଯେ, ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ପରାଜୟ ସ୍ୱୀକାର କରୁଥିବା ଜଣାପଡିଛି। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି ଯେ ରାଜ୍ୟରେ ରାଜନୈତିକ ବିକାଶ ଯେଉଁ ଦିଗରେ ଅଗ୍ରଗତି କରୁଛି ସେହି ଦିଗରେ ବିଧାନସଭା ଭଙ୍ଗ ହୋଇପାରେ। ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେଇପାରନ୍ତି। ମଧ୍ୟାହ୍ନ ୧ରେ କ୍ୟାବିନେଟ ବୈଠକ ପରେ ଉଦ୍ଧବ ନିଜର ଇସ୍ତଫା ଦେଇପାରନ୍ତି।

 

 

Get real time updates directly on you device, subscribe now.