fbpx

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ! ୫୫୦୦ରୁ ଅଧିକ ଖସିଲା ରେଟ୍, ଜାଣନ୍ତୁ ଆଜିର ଦାମ୍

ନୂଆଦିଲ୍ଲୀ: ଯଦି ଆପଣ ସୁନା ଓ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ବିଶ୍ୱ ବଜାରରୁ ମିଳିଥିବା ସଙ୍କେତ ମଧ୍ୟରେ ବୁଧବାର ଦିନ ସୁନା ଓ ରୂପା ମୂଲ୍ୟ ପୁଣି ହ୍ରାସ ପାଇଛି । ଭାରତୀୟ ବଜାରରେ ସୁନାର ଫ୍ୟୁଚର ମୂଲ୍ୟ ଆଜି ୦.୩ ପ୍ରତିଶତ ହ୍ରାସ ପାଇଛି । କେବଳ ଏତିକି ନୁହେଁ ଗତ ଚାରି ଦିନ ମଧ୍ୟରେ ସୁନା ଦର ୫୦୦ ଟଙ୍କା ହ୍ରାସ ପାଇଛି ।

ଆଜି ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (ଏମସିଏକ୍ସ) ୨୪ କ୍ୟାରେଟ୍ ଶୁଦ୍ଧତାର ସୁନା ୧୦ ଗ୍ରାମ ପିଛା ୫୦,୬୧୦ ଟଙ୍କାକୁ ଖସି ଆସିଥିବାବେଳେ ରୂପା ୧.୩ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୬୦,୪୯୪ ଟଙ୍କାରେ ପହଞ୍ଚିଛି । ସପ୍ତାହର ଚତୁର୍ଥ ଟ୍ରେଣ୍ଡିଂ ସେସନରେ ସୁନା ମୂଲ୍ୟରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସମୟରେ ସୁନା ନିଜର ରେକର୍ଡ ଉଚ୍ଚ ଅପେକ୍ଷା ୫୫୦୦ ରୁ ଅଧିକ ଶସ୍ତାରେ କାରବାର କରୁଛି । ସୁନା ୫୬,୨୦୦ ସ୍ତରରେ ପହଞ୍ଚିଥିବାବେଳେ ବର୍ତ୍ତମାନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୦,୬୧୦ ଟଙ୍କା ରହିଛି ।ଗ୍ଲୋବାଲ ମାର୍କେଟରେ ସୁନା ଦର ମଧ୍ୟ ହ୍ରାସ ପାଇଛି ଏବଂ ଆଜି ସକାଳେ ଆମେରିକାର ବଜାରରେ ସୁନା ମୂଲ୍ୟର ମୂଲ୍ୟ ୦.୩ ପ୍ରତିଶତ ହ୍ରାସ ହୋଇ ୧,୮୨୭.୦୩ ଡଲାରରେ ପହଞ୍ଚିଛି ।

Get real time updates directly on you device, subscribe now.