fbpx

ଅସୁସ୍ଥ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ଫଳଭାର ପଠାଇଲେ ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ଅଣସରରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଲାଗି ଫଳ ଭାର ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ପୁରୀ ଜିଲ୍ଲା ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳର ଦେଉଳି ଓ ବିଭିନ୍ନ ମଠ ଓ ଭକ୍ତ ମାନଙ୍କ ପକ୍ଷରୁ ଏହି ଫଳଭାର ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ମହାପ୍ରଭୁ ଅସୁସ୍ଥ ଥିବାରୁ ମହାପ୍ରଭୁଙ୍କ ନିମନ୍ତେ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରାଯାଇଥିଲା।

ଶ୍ରୀ ଜୀଉ ଙ୍କ ପାଇଁ ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ନିକଟରେ ଥିବା ବିଶ୍ଵାମିତ୍ର ଆଶ୍ରମରୁ ଏହି ଫଳ, ତୁଳସୀ ଓ ପଦ୍ମଫୁଲ ଭାର ପୁରୀ ଯାଇଛି। ଏଵେ ଅଣସର ଅଛନ୍ତି ମହାପ୍ରଭୁ, ଅଣସର ସମୟରେ ପ୍ରାଚୀ ସଂସ୍କୃତି ସୁରକ୍ଷା ସମିତି ପକ୍ଷରୁ ବିଶ୍ଵାମିତ୍ର ଆଶ୍ରମ ରୁ ଅଣସର ଫଳଭାର ଯିବା ପରମ୍ପରା ରହିଛି। ଚଳିତ ବର୍ଷ ଏକସ୍ୱତନ୍ତ୍ର ପାରମ୍ପରିକ ଭାବେ ଗାଡ଼ିରେ ରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଥିଲା ଫଳଭାର। ବିଶ୍ଵାମିତ୍ର ଆଶ୍ରମରୁ ଏହି ଫଳଭାର ଯାଉଥିବାରୁ ସ୍ଥାନୀୟ ଲୋକେ ନିଜ ନିଜ ବାଡ଼ିରୁ ବିଭିନ୍ନ ପ୍ରକାର ଫୁଲ, ଫଳ ଓ ତୁଳସୀ ମହାପ୍ରଭୁଙ୍କ ପାଇଁ ଦେଇଥାନ୍ତି।

 

Get real time updates directly on you device, subscribe now.