ମନମୋହନ, ଜାକିରଙ୍କ ପାଖରୁ ପଙ୍କଜ ଉଧାସ, ୨୦୨୪ ଛଡ଼ାଇ ନେଲା ଭାରତଠୁ ତାର ‘ରତନ’
ଆମେ ହରାଇଛୁ ଅନେକ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କୁ , ଯେଉଁମାନେ ରାଜନୀତିଠାରୁ ଅଭିନୟ, ସଂଗୀତ,ବ୍ୟବସାୟ ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ
ନୂଆଦିଲ୍ଲୀ- ଚାଲିଯାଇଛି ୨୦୨୪, ଆସିଛି ନୂଆ ବର୍ଷ ୨୦୨୫ । ବିଗତ ବର୍ଷ ଅନେକ ଖଟା ମିଠାର ଅନୁଭୂତି ଦେଇଯାଇଛି । କିନ୍ତୁ ଏହି ବର୍ଷରେ ଆମେ ହରାଇଛୁ ଅନେକ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କୁ , ଯେଉଁମାନେ ରାଜନୀତିଠାରୁ ଅଭିନୟ, ସଂଗୀତ,ବ୍ୟବସାୟ ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ । ସେମାନଙ୍କ ବିୟୋଗ ଦେଶବାସୀଙ୍କୁ ଦେଇଯାଇଛି ଅନେକ ଆଘାତ ।
ମନମୋହନ ସିଂହ- ବର୍ଷ ସରୁ ସରୁ ଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ରାଜନେତା ମନମୋହନ ସିଂହ ଦୁନିଆକୁ ଅଲବିଦା କରିଗଲେ । ଡିସେମ୍ବର ୨୬ରେ ୯୨ ବର୍ଷ ବୟସରେ ଏହି ପ୍ରଜ୍ଞାବାନ ବ୍ୟକ୍ତିଙ୍କୁ ହରାଇଲା ଦେଶ । ତାଙ୍କ ବିୟୋଗରେ କଂଗ୍ରେସ ସମେତ ବିରୋଧୀ ବିଜେପି ମଧ୍ୟ ମ୍ରିୟମାଣ ହୋଇଥିଲା । ସେ ଦେଶକୁ ଦେଇଥିଲେ ଆର୍ଥିକ ଉଦାରିକରଣର ଦିଗଦର୍ଶନ । ରେଜର୍ଭ ବ୍ୟାଙ୍କର ଗଭର୍ନର ମଧ୍ୟ ଥିଲେ ଡ ସିଂହ ।
ଜାକିର ହୁସେନ- ବିଶ୍ୱ ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନ ମଧ୍ୟ ଡିସେମ୍ବର ମାସରେ ଇହଲୀଳା ସମ୍ବରଣ କରିଥିଲେ । ଡିସେମ୍ବର ୧୫ ତାରିଖରେ ଅସୁସ୍ଥତା ପାଇଁ ଚୀର ନିଦ୍ରାରେ ଶୋଇଗଲେ ଏହି ତବଲା ବାଦକ । ସେ ତବଲା ବଜାଇବା ସହ ଜଣେ କମ୍ପୋଜର, ତାଲ ବାଦକ, ସଂଗୀତ ପ୍ରଯୋଜକ ଥିଲେ । ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ ଜାକିର । ତାଙ୍କ ତବଲାର ତାଳରେ ସାରା ସଂସାର ଝିମିବାକୁ ବାଧ୍ୟ ହେଉଥିଲା । ପ୍ଦମ ଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ପାଞ୍ଚ ଗ୍ରାମୀ ଆବାର୍ଡ ସହ ବହୁ ସମ୍ମାନର ଥିଲେ ଅଧିକାରୀ ।
ରୋହିତ ବଳ- ପ୍ରସିଦ୍ଧ ଫ୍ୟାସନ ଡିଜାଇନରଙ୍କ ୨୦୨୪ରେ ମାତ୍ର ୬୩ ବର୍ଷରେ ନିଧନ ହୋଇଥିଲା । ହୃଦସମ୍ବନ୍ଧୀୟ ରୋଗରେ ଥିଲେ ପୀଡିତ । ସେ ନାସନାଲ ଇନଷ୍ଟିଟ୍ୟୁଟ ଅଫ ପ୍ୟାସନ ଟେକ୍ନୋଲୋଜିରୁ ଫ୍ୟାସନ ଡିଜାଇନରେ ଅଧ୍ୟୟନ କରିଥିଲେ । ସେ ରୋହିତ କମଲ ଓ ମୋରକେ ଡିଜାଇନ୍ସ ପାଇଁ ଜଣାଶୁଣା । ତାଙ୍କ ଡିଜାଇନ ଦ୍ୱାରା ସୋ କୋଟିକୋଟି ଦେଶୀ ଓ ବିଦେଶୀଙ୍କ ହୃଦୟରେ ରାଜ କରୁଥିଲେ ।
ରତନ ଟାଟା- ପ୍ରତିଷ୍ଠିତ ଉଦ୍ୟୋଗପତି ରତନ ଟାଟା ଚଳିତ ବର୍ଷରେ ଦୁନିଆକୁ ଅଲବିଦା କରିଛନ୍ତି । ୮୬ ବର୍ଷ ଟାଟାଙ୍କ ନିଧନ ୯ ଅକ୍ଟୋବରରେ ହୋଇଥିଲା । ତାଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଅତି ଛୋଟ ବୟସରୁ ସେ ଟାଟା ସମୂହର ଅଧ୍ୟକ୍ଷ ହେବା ସହ କମ୍ପାନୀକୁ ଶୀର୍ଷକୁ ନେଇଯାଇଥିଲେ । ସେ ଖାଲି ନିଜ ବ୍ୟବସାୟ ପାଇଁ ନୁହଁନ୍ତି, ବରଂ ତାଙ୍କ ନମ୍ର ସ୍ୱଭାବ ତଥା ସରଳ ଜୀବନ ଶୈଳୀ ପାଇଁ ସମସ୍ତଙ୍କ ନିକଟରେ ପ୍ରିୟ ହୋଇପାରିଥିଲେ । ସମାଜ ସେବା କ୍ଷେତ୍ରରେ ମଧ୍ୟ ରତନ ଟାଟା ସର୍ବଦା ସ୍ମରଣୀୟ ହୋଇ ରହିବେ ।
ସୀତାରାମ ୟଚୁରୀ- ଭାରତୀୟ ରାଜନୀତିର ଦିଗ୍ଗଜ ରାଜନେତା ତଥା କମୁନିଷ୍ଟ ପାର୍ଟିର ମହାସଚିବ ସୀତାରାମ ୟେଚୁରୀଙ୍କର ମଧ୍ୟ ୨୦୨୪ରେ ମୃତ୍ୟୁ ହୋଇଥିଲ।। ୭୨ ବର୍ଷ ବୟସରେ ସେ ୧୨ ସେପ୍ଟେମ୍ବରରେ ସବୁଦିନ ଦିନ ପାଇଁ ଆଖି ବୁଜିଦେଇଥିଲେ । ୨୦୧୫ରେ ସେ ସିପିଆଇଏସର ମହାସଚିବ ନିର୍ବାଚିତ ହୋଇଥିଲେ । ୨୦୧୬ରେ ସେ ରାଜ୍ୟସଭାରେ ଶ୍ରେଷ୍ଠ ସାଂସଦଙ୍କ ପୁରସ୍କାର ପାଇଥିଲେ ।
ସୁଶିଲ କୁମାର ମୋଦି- ବିହାରର ଏହି ଖ୍ୟାତିସମ୍ପନ୍ନ ରାଜନେତାଙ୍କର ୧୩ ମେରେ ୭୨ ବର୍ଷରେ ନିଧନ ହୋଇଥିଲା । ସେ ବିହାରର ଅର୍ଥମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ବିହାରରେ ପ୍ରତି ଘରେ ସୁଶୀଲ ମୋଦି ପରିଚିତ ଥିଲେ ।
ପଙ୍କଜ ଉଧାସ- ଭାରତୀୟ ଗଜଲକୁ ବିଦେଶରେ ଖ୍ୟାତି ଦେବାର ଅନ୍ୟତମ ଗାୟକଙ୍କର ୨୬ ଫେବୃଆରୀରେ ନିଧନ ହୋଇଥିଲା । ସେ ଲମ୍ବା ସମୟରୁ ରୋଗରେ ପୀଡିତ ଥିଲେ । ତାଙ୍କ ଜୀବନବ୍ୟାପୀ ସଂଗୀତ ସାଧନ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ମାତ୍ର ୬ ବର୍ଷ ବୟସରୁ ସେ ସଂଗୀତରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ଗୀତ ଚିଠି ଆଇ ହେ ଆଇ ହେ ଚିଠି …, ସଂଗୀତ ପ୍ରବାସୀଙ୍କୁ କନ୍ଦେଇ ଦେଉଥିଲା ।
ବାବା ସିଦ୍ଦକୀ- ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ, ବାବା ସିଦ୍ଦିକୀଙ୍କୁ ମଧ୍ୟ ୨୦୨୪ ଆମଠୁ ଛଡାଇ ନେଇଛି । କିଛି ଆତତାୟୀଙ୍କ ଗୁଳିରେ ସିଦ୍ଦିକୀଙ୍କ ମୃତ୍ୟୁ ହୋଇଥିଲା । ବଲିଉଡ ସହ ତାଙ୍କର ବହୁ ଭଲ ସମ୍ପର୍କ ରହିଥିଲା ।
ସାରଦା ସିହ୍ନା- ଦେଶର ଲୋକ ଗାୟିକା ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ସାରଦାଙ୍କ ୫ ନଭେମ୍ବରକୁ ୭୨ ବର୍ଷ ବୟସରେ ନିଧନ ହୋଇଥିଲା । ସେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ଛଠ ଗୀତ ପାଇଁ ସେ ବିହାର ସମେତ ସାରା ଦେଶରେ ପ୍ରସିଦ୍ଧ ଥିଲେ ।