fbpx

ବଡ଼ ଦୁଃଖ ଖବର: ବିଶିଷ୍ଟ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଆଉ ନାହାନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରସ୍ୱତ ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ବିଶିଷ୍ଟ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ପରଲୋକ ଘଟିଛି । ୯୫ ବର୍ଷ ବୟସରେ ଜୟନ୍ତଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ସ୍ନାୟୁ ରୋଗରେ ଜୟନ୍ତ ପୀଡ଼ିତ ଥିବାରୁ ଗତ କିଛିଦିନ ହେଲା ସେ କଟକର ଏସସିବିରେ ଚିକିତ୍ସିତ ହେଉଥିଲେ । ଜୟନ୍ତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସାହିତ୍ୟ କ୍ଷେତ୍ର ସହି ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ତାଙ୍କର ଅନେକ ପ୍ରଶଂସକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ସ୍ନାୟୁ ରୋଗରେ ପୀଡ଼ିତ କାରଣରୁ ଗତ କିଛିଦିନ ହେଲା ଜୟନ୍ତ ଏସସିବିର ଆଇସୟୁରେ ରହି ଚିକିତ୍ସିତ ହେଉଥିଲେ । ମାତ୍ର ଗତ ୪ ତାରିଖ ଦିନ ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସା କରାଯିବା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା ବେଳେ ପୁଣି ଥରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ି ଯାଇଥିଲା ଓ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଦେଇଥିଲେ ।

ସାହିତ୍ୟ କ୍ଷେତ୍ରରେ ଜୟନ୍ତ ଅନ୍ତର୍ଜାତୀୟ ସ୍ତରରେ ଅନେକ ସୁଖ୍ୟାତି ଅର୍ଜନ କରିଥିଲେ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅନେକ କବିତା, ଗପ, ଆତ୍ମଜୀବନ ରଚନା କରି ସାରସ୍ୱତ ଜଗତକୁ ରୁଦ୍ଧିମନ୍ତ କରିଥିଲେ । ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସାରଳା ସମ୍ମାନ, ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ରତ୍ନ ସମ୍ମାନ, ବିଷୁବ ପୁରସ୍କାରରେ ସମ୍ମାନିତ କରାଯାଇଛି । ଜୟନ୍ତଙ୍କ ପରି ଜଣେ ସାରସ୍ୱତ ସ୍ରଷ୍ଟାଙ୍କ ଦିବଙ୍ଗତ ଆତ୍ମା ଅମର ହେଉ, ଏହା ହିଁ କାମନା ।

Get real time updates directly on you device, subscribe now.