fbpx

ଭାରତ-ୱେଷ୍ଟଇଣ୍ଡିଜ ସିରିଜର କଭରେଜ କରିବ ଫ୍ୟାନକୋଡ, ଜାଣି ରଖନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଜୁଲାଇ-ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଦିନିକିଆ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏହି ମ୍ୟାଚଗୁଡିକୁ କେଉଁ ଚ୍ୟାନେଲ ପ୍ରସାରଣ କରିବ ସେ ନେଇ ଲାଗି ରହିଥିଲା ଆଲୋଚନା । ତେବେ ଶେଷରେ ଫ୍ୟାନକୋଡକୁ ଏହାର ସୁଯୋଗ ମିଳିଛି । ଏ ନେଇ ଚୁ୍ତି ମଧ୍ୟ ସ୍ୱାକ୍ଷର ହୋଇ ସାରିଛି ।

ସୂଚନା ଅନୁସାରେ, ଆସନ୍ତା ୨୦୨୪ ପର୍ଯ୍ୟନ୍ତ ବିଶେଷ ପ୍ରସାରକ ଭାବେ ଫ୍ୟାନକୋଡକୁ ଚୟନ କରିଛି କ୍ରିକେଟ ୱେଷ୍ଟଇଣ୍ଡିଜ । ତେବେ କ୍ରିକେଟ ଫ୍ୟାନ୍ସ ଏହି ମ୍ୟାଚଗୁଡିକୁ ଫ୍ୟାନକୋଡ ଆପ(ଆଣ୍ଡ୍ରଏଡ, ios, ଟିଭି) ଏବଂ www.fancode.com ଦ୍ୱାରା ମଧ୍ୟ ଦେଖି ପାରିବେ । ଏହାଦ୍ୱାରା ଭାରତର ଦ୍ୱିପାକ୍ଷିକ ସିରିଜ ଆୟୋଜନ କରିବାରେ ପ୍ରଥମ ଡିଜିଟାଲ ମଞ୍ଚ ପାଲଟିଯିବ ଫ୍ୟାନକୋଡ । ଗୁଲାଇ ୨୨ ତାରିଖରୁ ଆରମ୍ଭ ହେଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ।

ଏହି ଗସ୍ତରେ ୨୨, ୨୪ ଏବଂ ୨୭ ତାରିଖରେ ଦିନିକିଆ ଖେଳାଯିବାର ସୂଚୀ ରହିଥିବା ବେଳେ ୨୯ ତାରିଖରୁ ଆରମ୍ଭ ହେବ ଟି-୨୦ ସିରିଜ । ପ୍ରଥମ ଟି-୨୦ ୨୯ ତାରିଖରେ ଖେଳାଯିବ । ଏହାପରେ ୧ ଏବଂ ୨ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବାକୁ ସୂଚୀ ରହିଛି । ୬ ଏବଂ ୭ ତାରିଖରେ ଆମେରିକାରେ ଶେଷ ଦୁଇଟି ଟି-୨୦ ମ୍ୟାଚ ଖେଳିବେ ଭାରତ ଏବଂ ୱେଷ୍ଟଇଣ୍ଡିଜ ।

Get real time updates directly on you device, subscribe now.