fbpx

T20 WC-2022 ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଖୁଲାସା: କ୍ରିକେଟପ୍ରେମୀଙ୍କୁ ଲାଗିଲା ବଡ ଝଟକା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨କୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ଭାରତ ଅଷ୍ଟ୍ରେଲିଆରେ ବିଶ୍ୱକପର ପ୍ରଥମ ମ୍ୟାଚ ପାକିସ୍ତାନ ସହ ଖେଳିବାକୁ ଯାଉଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ କ୍ରିକେଟପ୍ରେମୀଙ୍କୁ ନେଇ ହୋଇଛି ବଡ ଖୁଲାସା । ତେବେ ଏହି ଖବର କ୍ରିକେଟପ୍ରେମୀଙ୍କୁ ଏକ ବଡ ଝଟକା ଦେଇଛି । ଖେଳପ୍ରେମୀମାନଙ୍କ ମଧ୍ୟରେ ଏହା ନିରାଶା ଭରି ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଇସିସି ଟି-୨୦ ବିଶ୍ୱକପ ମୁକାବିଲାର ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ଏ ନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ସୂଚନା ଦେଇଛି । ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଅକ୍ଟୋବର ୨୩ ତାରିଖରେ ମ୍ୟାଚ ଖେଳାଯିବ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ସୁପର ୧୨ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ମାତ୍ର କିଛି ମିନିଟ ଭିତରେ ହିଁ ଏହି ମ୍ୟାଚ ପାଇଁ ସମସ୍ତ ଟିକେଟ ବୁକ ହୋଇଛି । ଅତିରିକ୍ତ ଷ୍ଟାଣ୍ଡିଙ୍ଗ ରୁମ ଟିକେଟ ବିକ୍ରି ପାଇଁ ରଖାଯିବା ପରେ ଅନ୍ୟ ଟିକେଟ କିଛି ସମୟ ମଧ୍ୟରେ ଶେଷ ହୋଇଯାଇଛି ।

ଆଇସିସି ଅନୁସାରେ, ଟିକେଟ କିଣିବା ପାଇଁ ଉତ୍ସାହର ମୁଖ୍ୟ କାରଣ ଏହାର ମୂଲ୍ୟ । ପିଲାମାନଙ୍କ ପାଇଁ ପ୍ରଥମ ରାଉଣ୍ଡ ଏବଂ ସୁପର ୧୨ ପାଇଁ ଟିକେଟ ମୂଲ୍ୟ ୫ ଡଲାର ହୋଇଥିବା ବେଳେ ବୟସ୍କଙ୍କ ପାଇଁ ଏହା ୨୦ ଡଲାର ସ୍ଥିର କରାଯାଇଛି । ତେବେ ଅନ୍ୟ ମ୍ୟାଚଗୁଡିକ ପାଇଁ ଏବେ ବି ଟିକେଟ ବାକି ଥିବା କହିଛି ଆଇସିସି । ଟି-୨୦ ୱାର୍ଲ୍ଡ କପ୍ ଡଟ୍ କମ୍ ଦ୍ୱାରା ନିଜ ଟିକେଟ ବୁକ କରିପାରିବେ ଦର୍ଶକ ।

Get real time updates directly on you device, subscribe now.