fbpx
BJD SKY
BJD SKY

ଲର୍ଡସରେ ସଂକଟରେ ଥିଲା ଟିମ ଇଣ୍ଡିଆ: ଫ୍ୟାନ୍ସମାନଙ୍କୁ ମନେ ପଡିଲେ ‘ମାହି ଭାଇ’, ଭିଡିଓ ଭାଇରାଲ

BJD

ନୂଆଦିଲ୍ଲୀ: ଲର୍ଡସରେ ଇଂଲଣ୍ଡ-ଭାରତ ଦ୍ୱିତୀୟ ମ୍ୟାଚକୁ ୧୦୦ ରନରେ ହାତଛଡା କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ୧୦ ୱିକେଟରେ ବିଜୟ ହାସଲ କରିବା ପରେ ଦ୍ୱିତୀୟ ମ୍ୟାଚରେ ପ୍ରତିଷୋଧ ନେଇଛି ଇଂଲଣ୍ଡ । ରୋହିତ ଶର୍ମା, ଶିଖର ଧୱନଙ୍କ ସମେତ ବିରାଟ କୋହଲିଙ୍କ ଭଳି ଷ୍ଟାର ଖେଳାଳି ଏହି ମ୍ୟାଚରେ ଫେଲ ମାରିଥିଲେ । ଯାହା ଫଳରେ ଭାରତ ସଙ୍କଟଜନକ ପରିସ୍ଥିତିର ସାମନା କରିଥିଲା । କିନ୍ତୁ ଏହି ସମୟରେ ଭାରତୀୟ ଟିମ ଏବଂ ଫ୍ୟାନ୍ସମାନଙ୍କୁ ଦଳର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ କଥା ମନେ ପଡିଛନ୍ତି ।

ଦ୍ୱିତୀୟ ମ୍ୟାଚରେ ୨୪୭ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ସଅଳ ୱିକେଟ ହରାଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଷ୍ଟାର କ୍ରିକେଟର ଶିଖର ଧୱନ ଏବଂ କିଙ୍ଗ କୋହଲି ମଧ୍ୟ ରନ କରିବାରେ ସଂଘର୍ଷ କରିଥିଲେ । ଯାହା ଫଳରେ ଏକଦା ଦଳର ସ୍କୋର ୯୯-୫ ହୋଇ ଯାଇଥିଲା । ତେବେ ଏହି ସମୟରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସ୍କ୍ରିନରେ ଦେଖିବାକୁ ମିଳିଥିଲା । ଭାତର ଏଭଳି ଏକ ସଂକଟ ପରିସ୍ଥିତିରେ ଧୋନୀଙ୍କୁ ଦେଖି ଷ୍ଟାଡିୟମରେ ଖେଳିଯାଇଥିଲା ଧୋନୀ, ଧୋନୀ ଶବ୍ଦ । ଆଉ ସମସ୍ତଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଫିନିଶର ମାହି ମନେ ପଡିଯାଇଛନ୍ତି ।

Happy Birthday Mahi: This 70-sec video of MS Dhoni annihilating opposition bowlers will leave you breathless

ବର୍ଷ ବର୍ଷ ଧରି ଟିମ ଇଣ୍ଡିଆ ପାଇଁ ସଙ୍କଟ ମୋଚକ ପାଲଟିଥିବା ଧୋନୀଙ୍କୁ ଏହି ମ୍ୟାଚରେ ମିସ କରୁଥିଲା ଟିମ ଇଣ୍ଡିଆ । ପୂର୍ବରୁ ଅନେକ ମ୍ୟାଚରେ ଧୋନୀ ଏଭଳି ପରିସ୍ଥିତିରୁ ଦଳକୁ ବାହାର କରିବା ସହ ଅନେକ ଥର ବିଜୟ ଭେଟି ଦେଇଛନ୍ତି । ତେଣୁ ୧୦୦ ରନ ପୂର୍ବରୁ ଅଧା ଟିମ ପାଭିଲିୟନ ଫେରିବା ପରେ ପ୍ୟାଡ ପିନ୍ଧି ଶେଷ ଥର ପାଇଁ ପଡିଆକୁ ଓହ୍ଲାଇବାକୁ ଅନୁରୋଧ କରିଛନ୍ତି ପ୍ୟାନ୍ସ ।

ଏହି ମ୍ୟାଚରେ ଧୋନୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ମାତ୍ର କେଇଟା ମୁହୂର୍ତ୍ତରେ ଭାଇରାଲ ହୋଇଯାଇଛି । ଯାହାକୁ ଦେଖି ମାହିଙ୍କ ଫ୍ୟାନ୍ସ ପୁଣିଥରେ ତାଙ୍କୁ ବ୍ଲୁ ଜର୍ସିରେ ଦେଖିବା ପାଇଁ ଇଚ୍ଛା କରିଛନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତର ଶୋଚନୀୟ ପରିସ୍ଥିତିରେ କେବଳ ଧୋନୀ ହିଁ ରକ୍ଷା କରି ପାରିବେ ବୋଲି ଏବେ ବି ବିଶ୍ୱାସ ରଖିଛନ୍ତି ଭାରତୀୟ ଫ୍ୟାନ୍ସ ।

ତେବେ ଧୋନୀଙ୍କ ବ୍ୟତୀତ ଏହି ମ୍ୟାଚ ସମୟରେ ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଅନେକ ଲିଜେଣ୍ଡ । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସୁରେଶ ରୈନା ଏବଂ ହରଭଜନ ସିଂହ ମଧ୍ୟ ମ୍ୟାଚ ଦେଖିବା ପାଇଁ ଏଠାରେ ପହଞ୍ଚିଥିଲେ ।

Get real time updates directly on you device, subscribe now.