fbpx

ଜଣେ କହୁଛି ସିଏ ମୋର ପାର୍ଟନର, ଆଉ ଜଣେ କହୁଛି ମୋର ବିବାହ କି ନିର୍ବନ୍ଧ କିଛି ହୋଇନାହିଁ: ତା’ମାନେ ଏଠି ଚାଲିଛି କ’ଣ

ନୂଆଦିଲ୍ଲୀ: ଅଭିନେତ୍ରୀ ସୁସ୍ମିତା ସେନ ଓ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଲଳିତ ମୋଦୀଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ୫୬ ବର୍ଷୀୟ ମୋଦୀ ସୁସ୍ମିତାଙ୍କୁ ନିଜର ପାର୍ଟନର ଭାବେ ବର୍ଣ୍ଣନା କରି ସୋସିଆଲ ମିଡ଼ିଆରେ ଫଟୋ ଶେୟାର କରିବା ପରେ ଦୁହିଁଙ୍କର ମ୍ୟାରେଜକୁ ନେଇ ଏବେ ଫ୍ୟାନମାନେ ଆଲୋଚନା କରୁଥିବା ଜଣାପଡ଼ିଛି ।

ତେବେ ଏହି ଗୁଜବ ଉପରୁ ପରଦା ହଟାଇଛନ୍ତି ଅଭିନେତ୍ରୀ । ସୁସ୍ମିତା ଇନଷ୍ଟାଗ୍ରାମରେ ନିଜର ଦୁଇ କନ୍ୟା ରେନେ ଓ ଅଲୀଶାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି । ଏହି ଅବସରରେ ସେ ଲେଖିଛନ୍ତି, ‘ମୁଁ ବର୍ତ୍ତମାନ ନିଜର ହାପି ପ୍ଲେସରେ ବହୁତ ଖୁସିରେ ଅଛି । ମୋର ବିବାହ ହୋଇନାହିଁ କି ନିର୍ବନ୍ଧ ହୋଇନାହିଁ । କେବଳ ବହୁତ ପ୍ରେମ ଅଛି ।’

ଗତକାଲି ମୋଦୀ ସୁମିତାଙ୍କ ସହ କିଛି ଫଟୋ ଶେୟାର କରିବା ସହ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ । ସୁସ୍ମିତା ମୋର ପାର୍ଟନର, ଆମେ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରି ଖୁସିରେ ଅଛୁ ବୋଲି ମୋଦୀ ଟ୍ୱିଟ୍ କରିଥିଲେ । ଏହି ଫଟୋଗୁଡ଼ିକ ସୋସିଆଲ ମିଡ଼ିଆରେ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଥିଲା ।

ଦୁହେଁ ଇଟାଲିର ଏକ ଆକର୍ଷଣୀୟ ଆଇଲ୍ୟାଣ୍ଡକୁ ଛୁଟି କଟାଇବାକୁ ଯାଇଥିଲେ । ଏହାପରେ ଲଣ୍ଡନ ଫେରିବା ପରେ ମୋଦୀ ସୁସ୍ମିତାଙ୍କର ଫଟୋ ଶେୟାର କରିଥିଲେ । ଉକ୍ତ ଘଟଣାର ୨୦ ଘଣ୍ଟା ପରେ ସୁମିତାଙ୍କ ପକ୍ଷରୁ ପ୍ରତିକ୍ରିୟାସ୍ୱରୂପ ଫଟୋ ଶେୟାର କରାଯାଇଥିଲା । ତେବେ ଦୁହିଁଙ୍କର ବ୍ୟକ୍ତିଗତ ମାମଲାରେ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ମୋଦୀଙ୍କ ପୁତ୍ର ରୁଚିର ।

Get real time updates directly on you device, subscribe now.