fbpx
BJD
BJD SKY
BJD SKY

କାଶ୍ମୀରରେ ଅପରେସନ ଅଲ-ଆଉଟ: ଅନେକ ଆତଙ୍କୀ ଛାଡିଲେ ସଂସ୍ଥା, ଜାଣନ୍ତୁ କେତେ ମୁଣ୍ଡ ନେଇଛି ଇଣ୍ଡିଆନ ଆର୍ମି

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଦମଦାର ସଫଳତା । ଆତଙ୍କୀଙ୍କ ବିରୋଧରେ ଚାଲିଥିବା ଅପରେସନ ଅଲ ଆଉଟରେ ସେନା କରିଛି ଦମନଲୀଳା । ଶହଶହ ଆତଙ୍କୀଙ୍କ ମୁଣ୍ଡ ଗଡିଥିବା ବେଳେ ଶତାଧିକ ଆତଙ୍କୀଙ୍କୁ ଗିରଫ କରାଯାଇଛି । ତେବେ ସେନା ଏବଂ ସ୍ଥାନୀୟ ପୋଲିସ ଭୟରେ ଆତଙ୍କବାଦୀ ହତିଆର ଛାଡିତିବା ମଧ୍ୟ ରେକର୍ଡ କରାଯାଇଛି । ତେବେ ସେନା ଗୁଳିର ଶିକାର ଭିତରେ ରହିଛନ୍ତି ୫ ଜଣ ଭୟାନକ ଆତଙ୍କବାଦୀ । ଏହା ବ୍ୟତୀତ ଏକ ବଡ ନେଟୱାର୍କକୁ ମଧ୍ୟ ସେନା ନଷ୍ଟ କରିଥିବା ସୂଚନା ରହିଛି ।

ପଡୋଶୀ ରାଷ୍ଟ୍ରରୁ ଜମ୍ମୁ କାଶ୍ମୀରରେ ଦଙ୍ଗା ଏବଂ ରକ୍ତପାତ କରିବା ପାଇଁ ସବୁବେଳେ ଯୋଜନା ଚାଲୁ ରହିଛି । ତେବେ ଏପଟେ ଭାରତୀୟ ସେନା ଏବଂ କାଶ୍ମୀର ପୋଲିସ ଜୋନ ମଧ୍ୟ ସେମାନଙ୍କ ଯୋଜନା ପଣ୍ଡ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ବାରମ୍ବାର ଆତଙ୍କବାଦଙ୍କ ପ୍ଲାନକୁ ଭସ୍ମୀଭୂତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । କେବେ ଆତଙ୍କୀଙ୍କୁ ଢେର କରି ତ କେତେବେଳେ ଗିରଫ କରି । ଅନେକ ସମୟରେ ଆତଙ୍କୀମାନେ ସେନାର ଭୟରେ ହତିଆର ଛାଡିଥିବା ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀଙ୍କ ଲଞ୍ଚିଙ୍ଗ ପ୍ୟାଡରେ ପ୍ରାୟ ୨୦୦-୨୫୦ ଆତଙ୍କୀ ଆକ୍ରମଣ ଅପେକ୍ଷାରେ ରହିଛନ୍ତି । ତେବେ ଚଳିତବର୍ଷ ଏପର୍ଯ୍ୟନ୍ତ ଭାରତୀୟ ସେନା ମୋଟ ୧୩୪ ଆତଙ୍କୀଙ୍କୁୁ ଢେର କରିଥିବା ବେଳେ ୧୩୫ ଜଣ ଆତଙ୍କୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିଛି ଇଣ୍ଡିଆନ ଆର୍ମି । ଏହାବ୍ୟତୀତ ଚଳିତବର୍ଷ ମୋଟ ୭୯ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସୂଚନା ରହିଛି । ତେବେ ଗତବର୍ଷ ଏହି ସଂଖ୍ୟା ୧୬୬ ରହିଥିଲା । ତେବେ ଅଲଆଉଟ ଅପରେସନ ସାମନାରେ ୨ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ସୂଚନା ରହିଛି ।

କାଶ୍ମୀରରେ ଆତଙ୍କୀ ସଂଗଠନ ତରଫରୁ ଅନେକ ଥର ଟାରଗେଟିଙ୍ଗ କିଲିଙ୍ଗ ଘଟଣା ସାମନାକୁ ଆସିଛି । ଏଥିରେ ପୋଲିସ, ସାଧାରଣ ଜନତାଙ୍କ ସମେତ ପଲିଟିକାଲ ପାର୍ଟି ସହ ଜଡିତ ବ୍ୟକ୍ତିମାନଙ୍କୁ ଟାରଗେଟ କରାଯାଇଛି । ତେବେ ଭାରତର ବୀର ଯବାନ ଏବଂ ପୋଲିସ ଡିପାର୍ଟମେଣ୍ଟ ଯୋଗୁଁ ପାକିସ୍ତାନର ସମସ୍ତ ପ୍ଲାନ ଫେଲ ମାରିଛି । ଏଲଓସିରେ ପଶିବା ପାଇଁ ୫ ଥର ଚେଷ୍ଟା କରାଯାଇଥିବା ବେଳେ ଏହାକୁ ସାମନା କରି ୬ ଜଣ ଆତଙ୍କୀଙ୍କୁ ମୃତ୍ୟୁଶଯ୍ୟାରେ ଶୁଆଇଛି ଭାରତୀୟ ସେନା ।

Get real time updates directly on you device, subscribe now.