fbpx

ସ୍କ୍ରିନକୁ ଫେରିବେ ନବେ ଦଶକର ଏହି ଚକଲେଟ୍ ହିରୋ, ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍ ଅଭିନେତା ଫରଦୀନ ଖାନ୍ ଶେଷଥର ପାଇଁ ୨୦୧୦ ମସିହାରେ ତିଆରି ହୋଇଥିବା ଫିଲ୍ମ “ଦୁଲ୍ହା ମିଲ୍ ଗୟା” ରେ ନଜର ଆସିଥିଲେ । ସେହି ଫିଲ୍ମ ପରେ ସେ ଇଣ୍ଡଷ୍ଟ୍ରୀରୁ ନିଜକୁ ଦୂରେଇ ରଖିଥିଲେ । ହେଲେ ଏବେ ପୁଣିଥରେ ତାଙ୍କର ଏଣ୍ଟ୍ରି ହେବାକୁ ଯାଉଛି । ଭେଟେରାନ୍ ଆକ୍ଟର୍ ଫିରୋଜ ଖାନ୍ ଙ୍କ ପୁଅ ଫରଦୀନ ଗତବର୍ଷ ଫିଲ୍ମ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ଅଫିସ୍ ବାହାରେ ସ୍ପଟ୍ ହୋଇଥିଲେ । ଏବେ ସେ ଇର୍ଡଷ୍ଟ୍ରୀକ କମବ୍ୟାକ୍ କରିବା ପାଇଁ ପୂରାପୂରି ପ୍ରସ୍ତୁତି ରହିଛନ୍ତି ।

ବର୍ତ୍ତମାନ ଖବର ଯେ, ଫରଦୀନ ଖାନ୍ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଆଗାମୀ ଫିଲ୍ମ “ବିସ୍ଫୋଟ”ରେ ନଜର ଆସିବେ । ଏହି ଫିଲ୍ମ ଟି ହେଉଛି ଏକାଡେମୀ ଆୱାର୍ଡ ପ୍ରାପ୍ତ କରିଥିବା ବିଦେଶୀ ଫିଲ୍ମର ରିମେକ୍ । ତେବେ ଫରଦୀନଙ୍କ ସହିତ ରିତେଶ ଦେଶମୁଖ ମଧ୍ୟ ନଜର ଆସିବେ । ଫରଦୀନ ଏଥିରେ ଜଣେ ଟାକ୍ସି ଡ୍ରାଇଭର୍ ଭାବରେ ନଜର ଆସିବେ ।

ତେବେ ଫରଦୀନ ପୁର୍ବରୁ ନୋ ଏଣ୍ଟ୍ରୀ, ହେ ବେବି, ଓମ୍ ଜୟ ଜଗଦୀଶ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲେ । ଗତବର୍ଷ ଡିସେମ୍ବର ମାସରେ ୧୮ କେଜି କମାଇବା ପରେ ଚର୍ଚ୍ଚାକୁ ଆସିଥିଲେ । ଏକ ଇଣ୍ଟରଭିୟୁରେ ସେ କହିଥିଲେ ଯେ, ସେ ଏବେ ୩୦ ବର୍ଷିୟ ପରି ଅନୁଭବ କରୁଛନ୍ତି । ସେ ୬ ମାସରେ ୧୮ କେଜି କମାଇଛନ୍ତି ।

Get real time updates directly on you device, subscribe now.