fbpx

ଅନଲାଇନ ବନ୍ଧୁଙ୍କୁ ଦେଖାକରିବାକୁ ଗଲେ ୩୦୦ କିମି ଦୂର ହୋଇଗଲେ ଗଣଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: କେରଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅନଲାଇନ ବନ୍ଧୁତାରୁ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । ଅନଲାଇନ ବନ୍ଧୁଙ୍କୁ ଦେଖା କରିବାକୁ ୩୦୦ କିମି ଯାତ୍ରା କରିଥିବା ଯୁବତୀ ଜଣକ ଅନଲାଇନ ବନ୍ଧୁ ଓ ତାଙ୍କର ୩ ଜଣ ବନ୍ଧୁଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । କେରଳର କୋଝିକୋଡରେ ଘଟଣା ଘଟିଥିବା ବେଳେ ଶୁକ୍ରବାର ଏ ନେଇ ଥାନାରେ ଅଭିଯୋଗ କରାଯାଇଛି ।

୪ ବନ୍ଧୁ ଯୁବତୀ ଜଣଙ୍କୁ ନିଶା ଦେଇ ଅଚେତ କରିବା ପରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏହା ସହିତ ଦୁଷ୍କର୍ମ ସମୟର ଭିଡିଓ ଶୁଟିଂ ମଧ୍ୟ କରାଯାଇଥିଲା । ଦୁଷ୍କର୍ମ ପରେ ଏକ ଘରୋଇ ହସ୍ପିଟାଲ ନିକଟରେ ଫୋପାଡି ପଳାଇଥିଲେ ୪ ଅଭିଯୁକ୍ତ । ପୋଲିସ ନିକଟରେ ଅଭିଯୋଗ କଲେ ଭିଡିଓ ଗୁଡିକ ଅନଲାଇନ କରିଦେବେ ବୋଲି ଧମକ ଦେଇଥିଲେ ଅଭିଯୁକ୍ତ । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା । ୨୮ ବର୍ଷୀୟା ଯୁବତୀ ଜଣଙ୍କ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.