fbpx

ସୁଇମିଂ ପୁଲରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ପରେ ଡିଏସପି ଗିରଫ, ମହିଳା କନେଷ୍ଟବଲଙ୍କ ସ୍ୱାମୀ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ

ଜୟପୁର: ରାଜସ୍ଥାନ ପୋଲିସ୍ ସେବା(ଆରପିଏସ୍)ର ଏକ ଅଧିକାରୀ ଓ ଜଣେ କନେଷ୍ଟବଲ୍ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭାଇରାଲ୍ ପରେ ବୁଧବାର ଦିନ ପୋଲିସ୍ ବିଭାଗ ପକ୍ଷରୁ ଉଭୟ ପୋଲିସ୍ୁ ଅଧିକାରୀ ତଥା ଡିଏସପି ଓ ମହିଳା କନେଷ୍ଟବଲ୍ ଙ୍କୁ ଚାକିରୀରୁ ନିଲମ୍ବିତ କରିଦିଆଯାଇଛି । ହେଲେ ଏବେ ଭିଡିଓରେ ଥିବା ଡିଏସପିଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ପୋଲିସ୍ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ କହିଥିଲେ ଯେ, ଅଜମେର୍ ର ଡିଏସପି ହୀରାଲାଲ୍ ସୈନୀ ଏବଂ ଜୟପୁରର ଜଣେ ମହିଳା କନେଷ୍ଟବଲ୍ ଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ମାମଲାରେ ମହିଳା କନେଷ୍ଟବଲଙ୍କ ସ୍ୱାମୀ ଅଭିଯୋଗ କରିଥିଲେ । ଉଭୟଙ୍କ ନାମରେ ନୈତିକତାକୁ କଦାକାର କରିବାର ଅଭିଯୋଗ ଲାଗିଛି । ଯାହା ଉପରେ ଏବେ ତଦନ୍ତ ଚାଲିଛି ।

ଭାଇରାଲ୍ ଭିଡିଓ ଚଳିତ ବର୍ଷ ଜୁଲାଇ ମାସରେ ହୋଇଥିବା କୁହାଯାଉଛି । କନେଷ୍ଟବଲଙ୍କ ସ୍ୱାମୀ ପୋଲିସ୍ ରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ଜୁଲାଇ ୩୧ ତାରିଖରେ ଏହି ଭିଡିଓ କୁ ହ୍ୱାଟସଆପ୍ ରେ ଷ୍ଟାଟସ୍ ଦେଇଥିଲେ । ତେବେ ଭାଇରାଲ୍ ହୋଇଥିବା ଅଶ୍ଳୀଳ ଭିଡିଓରେ ମହିଳାଙ୍କ ପୁଅକୁ ବି ଦେଖିବାକୁ ମିଳିଥିଲା ।

 

Get real time updates directly on you device, subscribe now.