ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ, ୧୮ ଲକ୍ଷ ୫୦ ହଜାର ଟପିଲା ସଂଖ୍ୟା

୨୦ ଲକ୍ଷ ପଞ୍ଜୀକରଣ କରିବା ସରକାରଙ୍କ ଲକ୍ଷ୍ୟ।

ଭୁବନେଶ୍ୱର: ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ।  ଗତବର୍ଷ ତୁଳନାରେ ଖରିଫ୍ ରେକର୍ଡ ଭାଙ୍ଗିଲା ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏବର୍ଷ ତାଠାରୁ ଢ଼େର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ୧୮ ଲକ୍ଷ ୫୦ ହଜାର ଟପିଛି ଚାଷୀ ପଞ୍ଜୀକରଣ। ଆହୁରୀ ୫ ଦିନ ଏହି ଚାଷୀ ପଞ୍ଜୀକରଣ ଚାଲିବ। ଏହାସହ ୨୦ ଲକ୍ଷ ପଞ୍ଜୀକରଣ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଯଦି ଦେଖିବା ଗତବର୍ଷ ୧୭,୬୩,୮୨୨ ଜଣ ପଞ୍ଜୀକରଣ କରିଥିଲେ। କିନ୍ତୁ ଏବର୍ଷ ସେ ସଂଖ୍ୟା ବଢିଛି।