fbpx
BSKY SKY
BSKY SKY

ରାଜ୍ୟସଭାରେ ହେବ ଚାଷୀ ଆଲୋଚନା

BSKY

ଭୁବନେଶ୍ୱର,୩ ।୨(ଓଡିଶା ଭାସ୍କର): ନୂଆ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଅନେକ ଥର ଆଲୋଚନା ପରେ ବି ଏହାର କୌଣସି ସମାଧାନ ହୋଇପାରୁ ନାହିଁ । ଚାଷୀ ଆନ୍ଦୋଳନ ସମ୍ପର୍କରେ ରାଜ୍ୟସଭାରେ ଆଲୋଚନା ହେବାକୁ ଯାଉଛି । ଗୃହରେ ପ୍ରାୟ ୧୫ ଘଣ୍ଟା ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ସମ୍ପର୍କରେ ଆଲୋଚନା ହେବ । ସରକାର ଓ ବିରୋଧୀ ମଧ୍ୟରେ ସହମତି ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଦୁଇ ଦିନ ପାଇଁ ପ୍ରଶ୍ନକାଳ ବାତିଲ କରି ଆଲୋଚନା ପାଇଁ ସହମତି ହୋଇଛନ୍ତି ସରକାର ଓ ବିରୋଧୀ ।

ତେବେ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନିମନ୍ତେ ଆଗତ ଧନ୍ୟବାଦ ବିତର୍କ ଶେଷ ହେବା ପରେ ଉକ୍ତ ଆଲୋଚନା ହେବ ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଘୋଷଣା କରିବା ପରେ ପୁଣି ରାଜ୍ୟସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.