fbpx
BJD SKY
BJD SKY

ଗୋଟିଏ ଗଛରେ ହଜାରେରୁ ଅଧିକ ଟମାଟୋ: ପାଇଲେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ

BJD

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ନା କିଛି ଅଜବ କାରନାମା କରିଥାନ୍ତି, ଯାହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ନିଜର ଏହିସବୁ କରାନାମା ପାଇଁ ବିଶ୍ୱ ରେକର୍ଡ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ଜଣେ ଚାଷୀ ନିଜ ମେହନତରେ ଏଭଳି ଏକ କାରନାମା କରିଛନ୍ତି ଯାହା ଫଳରେ ଏବେ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । କାରଣ କୃଷକ ଜଣକ ଗୋଟିଏ ଗଛରେ ୧୨୬୯ ଟମାଟୋ ଫଳାଇଛନ୍ତି, ଆଉ ଏଥିପାଇଁ ତାଙ୍କ ନାଁ ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ।

ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନର ହର୍ଟଫୋର୍ଡଶାୟର ର ଜଣେ ଚାଷୀ କମ୍ ଗାର୍ଡେନର ଡଗଲସ ସ୍ମିଥ ଷ୍ଟେମ କେବଳ ଗୋଟିଏ ଗଛରୁ ସବୁଠୁ ଅଧିକ ଟମାଟୋ ଫଳାଇବାର ରେକର୍ଡ କରିଛନ୍ତି । ବ୍ୟକ୍ତି ଜଣକ ଗୋଟିଏ ଗଛରୁ ୧୨୬୯ ଟମାଟୋ ଫଳାଇଛନ୍ତି । ଗତ ବର୍ଷ ପର୍ଯ୍ୟନ୍ତ ଏହି ରେକର୍ଡ ୮୩୯ ଥିଲା ।

ଡଗଲସ ପ୍ରତିଦିନ ପ୍ରାୟ ୪ ଘଣ୍ଟା ବଗିଚାରେ ବିତାଇଥାନ୍ତି । ସେ କହିଛନ୍ତି ତାଙ୍କୁ ହର୍ଟିକଲ୍ଚର ବହୁତ ପସନ୍ଦ । ସେ ଦୁନିଆର ସବୁଠୁ ଭଲ ଗାର୍ଡେନର ହେବାକୁ ଚାହୁଛନ୍ତି । ନୂଆ ରେକର୍ଡ କରିବା ପାଇଁ ଅନେକ ବୈଜ୍ଞାନିକ ତଥ୍ୟ ହାସଲ କରିଥିଲେ ଏବଂ ମାଟିର ପରୀକ୍ଷା ମଧ୍ୟ କରାଇଥିଲେ । ଶେଷରେ ସେ ତାଙ୍କ ରେକର୍ଡ କରିବାରେ ସଫଳ ହୋଇଥିଲେ । ଡଗଲସ କହିଛନ୍ତି ଯେ ଏହି ବର୍ଷ ସେ କେବଳ ପରୀକ୍ଷାମୂଳକ  ଭାବରେ ଏହାକୁ କରିଥିଲେ । ସେ ଦେଖିବାକୁ ଚାହୁଥିଲେ ଯେ କେଉଁ ପ୍ରଜାତିର ଉଦ୍ଭିଦ କେତେ ଫଳ ଦେଇପାରିବ ।

ଡଗଲସଙ୍କ ପାଇଁ ଏଭଳି ରେକର୍ଡ ନୂଆ ନୁହେଁ କାରଣ ପୂର୍ବରୁ ସେ ୨୦୨୦ ରେ ଏକ ୨୦ ଫୁଟ ଉଚ୍ଚର ସୂର୍ଯ୍ୟମୁଖୀ ଗଛ ବଞ୍ଚାଇବାରେ ସଫଳ ହୋଇଥିଲେ । ଏହାପୂର୍ବରୁ ସେ ଏକ  ୩ କେଜିର ଟମାଟୋ ଫଳାଇବାରେ ମଧ୍ୟ ସଫଳ ହୋଇଥିଲେ ।

Get real time updates directly on you device, subscribe now.