fbpx
BJD SKY
BJD SKY

ୟୁକ୍ରେନ ସଙ୍କଟ: ଭର୍ଚୁଆଲ ମାଧ୍ୟମରେ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜୋ ବାଇଡେନ

BJD

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଭର୍ଚୁଆଲ ବୈଠକ କରିବେ । ଏହି ସମୟରେ ଦୁଇପକ୍ଷର ନେତା ଦ୍ୱିପାକ୍ଷିକ ସହଯୋଗ ସମ୍ବନ୍ଧରେ ଆଲୋଚନା କରିବେ । ଏଥି ସହିତ ଦକ୍ଷିଣ ଏସିଆ, ଭାରତ ମହାସାଗର ଏବଂ ଉଭୟ ଦେଶର ବ୍ୟାପାର ବଣିଜ୍ୟ ବୃଦ୍ଧି ଉପରେ ଆଚଲୋଚନା ହୋଇପାରେ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ବୈଠକରେ ଦ୍ୱିପାକ୍ଷିକ ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ ହେବ ।

ବୈଦେଶିିକ ମନ୍ତ୍ରଳାୟ ଦେଇଥିବା ସୂଚନା ମୁତାବକ ଭିଡିଓ କନଫରେନ୍ସଂ ମାଧ୍ୟମରେ ଚତୁର୍ଥ ଦ୍ୱିପାକ୍ଷିକ ଆଲୋଚନାର ଆରମ୍ଭ କରିବେ । ଏହି ଟୁ ପ୍ଲସ ଟୁ ବୈଠକରେ ଭାରତର ନେତୃତ୍ୱ ରକ୍ଷାମନ୍ତ୍ରୀ ରାଜନାଥ ସିଂ ନେବେ । ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କ ପ୍ରତିପକ୍ଷ ଆମେରିକା ରକ୍ଷାମନ୍ତ୍ରୀ ଲୋୟଡ ଅଷ୍ଟିନ୍ ଏବଂ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ୍ ଙ୍କ ସହିତ ଆଲୋଚନା କରିବେ ।

ଏକ ବୟାନ ଜାରି କରି ହ୍ୱାଇଟ ହାଉସ୍ ପ୍ରେସ ସଚିବ ଜନ ସାକି ଏହି ବୈଠକ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବାଇଡେନ ଭାରତ ଏବଂ ଆମେରିକାର ଅର୍ଥବ୍ୟବସ୍ଥା ଏବଂ ଉଭୟ ଦେଶର ଲୋକଙ୍କ ବିଷୟରେ ଆଲୋଚନା କରିବେ । ଏଥି ସହିତ କରୋନା ମହାମାରୀ, ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ ଏବଂ ବର୍ତ୍ତମାନର ବୈଶ୍ୱିକ ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା ହେବ ।

 

Get real time updates directly on you device, subscribe now.