fbpx
BJD SKY
BJD SKY

ପଦ ଯିବା ପରେ ଇମ୍ରାନଙ୍କ ପ୍ରଥମ ସମ୍ବୋଧନ: କହିଲେ ପୁଣି ଆରମ୍ଭ ହେଲା ସ୍ୱାଧୀନତା ସଂଗ୍ରାମ

BJD

ଲସଲାମାବାଦ: ଅନାସ୍ଥା ପ୍ରସ୍ତାବ ପରେ ସତ୍ତା ହରାଇଥିବା ଇମ୍ରାନ ଖାନ ଏବେବି ସଂଘର୍ଷ ଜାରି ରଖିଛନ୍ତି । ସେ ପୁଣି ଥରେ ତାଙ୍କ ସରକାର ଭାଙ୍ଗିବା ପଛରେ ବିଦେଶୀ ଷଡ଼ଯନ୍ତ୍ର ଦର୍ଶଇଛନ୍ତି । ସେ ଟ୍ୱିଟ୍ କରି ଏହି ଷଡ଼ଯନ୍ତ୍ର ବିରୋଧରେ ସଂଘର୍ଷ ଆରମ୍ଭ ହେଲା ବୋଲି କହିଛନ୍ତି । ରବିବାର ଇମ୍ରାନ ଖାନ୍ ବନିଗ୍ଲାରେ ତାଙ୍କ ପାର୍ଟୀ ପାକିସ୍ତାନ-ତେହରିକ-ଇନ୍ସାଫର ସଂସଦୀୟ ବୋର୍ଡର ବୈଠକରେ ଅଧ୍ୟକ୍ଷତା କରି ଏଭଳି କହିଛନ୍ତି ।

ଇମ୍ରାନ ଖାନ୍ ଟ୍ୱିଟ କରି କହିଥିଲେ ଯେ ୧୯୪୭ ରେ ପାକିସ୍ତାନ ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲେ । କିନ୍ତୁ ପୁଣି ଥରେ ବିଦେଶୀ ଷଡ଼ଯନ୍ତ୍ର ବିରୋଧରେ ସ୍ୱତନ୍ତ୍ରତା ସଂଗ୍ରାମ ଆଜିଠାରୁ ଆରମ୍ଭ ହେଲା ବୋଲି କହିଛନ୍ତି ଇମ୍ରାନ୍ ।

ଏହା ପୂର୍ବରୁ ମଧ୍ୟ ଇମ୍ରାନ ଖାନ ଦାବି କରିଥିଲେ ଯେ ତାଙ୍କ ବିରୋଧରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ବିଦେଶୀ ଷଡ଼ଯନ୍ତ୍ର ଏବଂ ଏଥିପାଇଁ ବିଦେଶରୁ ମିଳୁଥିବା ଟଙ୍କାର ବ୍ୟବହାର କରାଯାଉଛି । ସେ କହିଥିଲେ ଜଣେ ଆମେରିକୀୟ ରାଜନୈତିକ ବ୍ୟକ୍ତି ପାକିସ୍ତାନରେ ଶାସନ ପରିବର୍ତ୍ତନ ନେଇ ଧମକ ଦେଇଥିଲେ । ଅବଶ୍ୟ ଏହାକୁ ବାଇଡେନ ସରକାର ଖାରଜ କରିଥିଲେ ।

ଉଲ୍ଲେଖଯୋଗ୍ୟ, ବିରୋଧୀଙ୍କ ଦ୍ୱାରା ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଶନିବାର ବିଳମ୍ବିତ ରାତିରେ ଭୋଟିଂ ହୋଇଥିଲା ଯେଉଁଥିରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗିଥିଲା । ଏହାପରେ ଏବେ ପାକିସ୍ତାନରେ ନୂଆ ସରକାର ଏବଂ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୧ ଏପ୍ରିଲରେ ନାସନାଲ ଆସେମ୍ବଲିରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟିଂ ହେବ । ବିରୋଧୀଙ୍କ ପକ୍ଷରୁ ଶହବାଜ ଶରୀଫ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ଇମ୍ରାନ୍ ଖାନଙ୍କ ପାର୍ଟୀ, ଶାହ ମହମୂଦ କୁରେଶୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ କରିଛି ।

Get real time updates directly on you device, subscribe now.