fbpx

୪୮ ଘଣ୍ଟାରେ ଚାଷୀଙ୍କୁ ମିଳୁଛି ଟଙ୍କା

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଂୟଚାଳିତ କରିବାରେ ଦେଶରେ ପ୍ରଥମ ହୋଇଛି ଓଡିଶା । ଏନେଇ ଟ୍ୱିଟ କରି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଏସପି ଅନୁଯାୟୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଛି । ସିଧା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି ରାଜ୍ୟ ସରକାର । ରାଜ୍ୟର ପି-ପାସ୍ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ କେନ୍ଦ୍ର ଖାଦ୍ୟ ସଚିବ । ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଏଭଳି ବ୍ୟବସ୍ଥାକୁ ଅନୁକରଣ କରିବାକୁ କେନ୍ଦ୍ର ଖାଦ୍ୟ ସଚିବକହିଥିଲେ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ କହିଛନ୍ତି ।

Get real time updates directly on you device, subscribe now.