fbpx
BJD SKY
BJD SKY

ତେଜୁଛି ଚାଷୀ ଆନ୍ଦୋଳନ, ୫ଟି ପ୍ରମୁଖ ସୀମା ସିଲ୍‌, ହରିୟାଣାର ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

BJD

ନୂଆଦିଲ୍ଲୀ: ତେଜୁଛି ଚାଷୀ ଆନ୍ଦୋଳନ । ଶହ ଶହ ଟ୍ରାକ୍ଟର ଧରି ଦିଲ୍ଲୀ ମୁହାଁ ଚାଷୀ । ଚାଷୀ ଆନ୍ଦୋଳନ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଥିପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ହରିୟାଣା ଓ ଉତ୍ତରପ୍ରଦେଶକୁ ଲାଗିଥିବା ୫ଟି ପ୍ରମୁଖ ସୀମା ସିଲ୍ କରାଯାଇଛି ।  ଏହା ସହ ହରିୟାଣାର ୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

କୃଷକ ସଂଗଠନର ଆହ୍ୱାନକ୍ରମେ ପଞ୍ଜାବ, ହରିୟାଣା ଓ ଅନ୍ୟାନ୍ୟ ରାଜ୍ୟର ଶତାଧିକ କୃଷକ ଆଜି ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଦିଲ୍ଲୀର ଚାରୋଟି ସୀମା ସିଂଘୁ, ଟିକରି, ଶମ୍ଭୁ ସହ ଗାଜିପୁରରେ ବ୍ୟାପକ ସଂଖ୍ୟାରେ ପୁଲିସ ମୃତୟନ କରାଯାଇଛି । ପୁଲିସ ସମେତ ପାରାମିଲିଟାରୀକୁ ମଧ୍ୟ ମୃତୟନ କରଯାଇଛି । ଡ୍ରୋନ କ୍ୟାମେରା ଓ ସିସିଟି ପୂରା ଅଂଚଳକୁ ଜଗିଛି । ନିଜ ଦାବି ଜଣାଇ ଚାଷୀମାନେ ଦିଲ୍ଲୀ ଚଲୋ ଡାକରା ଦେଇ ରାଜଧାନୀରେ ପହଁଚୁଛନ୍ତି । ଶହ ଶହ ସଂଖ୍ୟକ ଚାଷୀ ଟ୍ରାକ୍ଟର ଯୋଗେ ପଡୋଶୀ ରାଜ୍ୟରୁ ଛୁଟି ଆସୁଛନ୍ତି । ସ୍ଥିତି ଏଭଳି ହୋଇଛି ଯେ ରାଜଧାନୀରେ ପ୍ରବଳ ଟ୍ରାଫିକ ଦେଖିବାକୁ ମିଳିଛି । ଜନସାଧାରଣଙ୍କ ଯାତାୟାତ ସୁବିଧା ପାଇଁ ଦିଲ୍ଲୀରୁ ବାହାରକୁ ଯିବା ପାଇଁ ଲୋନି, ଔଚନ୍ଦି, ଜୋନ୍ତି, ପିଆଓ ମନିଆରି ଏବଂ ସଫିଆବଦର ଟ୍ରାନ୍‌ଜିଟ୍ ପଏଣ୍ଟ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି । ଦିଲ୍ଲୀ ପୋଲିସ ପକ୍ଷରୁ ଏଣ୍ଟ୍ରି ଏବଂ ଏଗଜିଟ୍ ପଏଣ୍ଟରେ ଲୁହା କଣ୍ଟା ଏବଂ କଂକ୍ରିଟର ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଚାଷୀଙ୍କ ଆନ୍ଦୋଳନ ଉପରେ କଡ଼ା ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବସ୍ଥା କରାଯାଇଛି । ଚାଷୀ ଆନ୍ଦୋଳନ ପାଇଁ ବିଜେପି କଂଗ୍ରେସକୁ ଦାୟୀ କରିଛି । ଅନ୍ୟପଟେ କଂଗ୍ରେସ କହିଛି ବିଜେପି ସରକାର ଚାଷୀଙ୍କ ସମସ୍ୟା ବୁଝନାହାଁନ୍ତି ।

Get real time updates directly on you device, subscribe now.