fbpx

ବସନ୍ତ ପଞ୍ଚମୀରେ ଏହି ବିଧି ଦ୍ୱାରା କରନ୍ତୁ ମାଆ ସରସ୍ୱତୀଙ୍କ ପୂଜା, ବର୍ଷିବ ଆସୀମ କୃପା

ଓଡ଼ିଶା ଭାସ୍କର: ହିନ୍ଦୁ ଶାସ୍ତ୍ର ଅନୁସାରେ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ବସନ୍ତ ପଞ୍ଚମୀ ପାଳନ କରାଯାଏ । ମାନ୍ୟତା ଅନୁଯାୟୀ, ଏହି ଦିନ ମାଆ ସରସ୍ୱତୀ ଜନ୍ମ ହୋଇଥିଲେ ଏବଂ ସେହିଦିନରୁ ଏହି ଦିନକୁ ବସନ୍ତ ପଞ୍ଚମୀ ବୋଲି କୁହାଯାଏ । ଏହି ଦିନଠାରୁ ବସନ୍ତ ଋତୁ ଆରମ୍ଭ ହୋଇଥାଏ । ଏହି ଦିନ ଠାରୁ ପାଗ ଭଲ ହୋଇଥାଏ ଏବଂ ଶୀତ ଋତୁ ଶେଷ ହୋଇଥାଏ ।

ମାନ୍ୟତା ରହିଛି ଯେ, ଏହି ଦିନ ମାଆ ସରସ୍ୱତୀଙ୍କୁ ଯଦି ଶ୍ରଦ୍ଧାଭାବ ସହ ପୂଜା କରାଯାଏ ତେବେ ବିଦ୍ୟା ଏବଂ ବାଣୀର ଦେବୂ ମାଆ ସରସ୍ୱତୀଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ । ବସନ୍ତ ପଞ୍ଚମୀର ପୂଜାରେ ଶିଶୁଙ୍କୁ ବସାଯାଏ , ଯେଉଁଥିରେ ସେମାନେ ବୁଦ୍ଧିମାନ ହେବେ ଏବଂ ସେମାନଙ୍କ ମଧ୍ୟରେ ପ୍ରତିଭା ଆସୁ । ତେବେ ଜାଣନ୍ତୁ ବସନ୍ତ ପଞ୍ଚମୀ ଦିନ କେଉଁ ବିଧି ଦ୍ୱାରା ମାଆ ସରସ୍ୱତୀଙ୍କୁ ପୂଜା କରି ଜ୍ଞାନ ପ୍ରାପ୍ତି ହୋଇପାରିବେ ।

ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ସରସ୍ୱତୀ ପୂଜା ସମୟରେ ହଳଦିଆ ରଙ୍ଗର ପୋଷାକ ପରିଧାନ କରିବା ନିହାତି ଆବଶ୍ୟକ । ଏହି ଦିନ ମାଆ ସରସ୍ୱତୀଙ୍କ ପୂଜା କରିବା ସମୟରେ ହଳଦିଆ ରଙ୍ଗର ଫୁଲ ସାମିଲ କରିବା ଆବଶ୍ୟକ । ଏଥିସହ ମାଆ ସରସ୍ୱତୀଙ୍କ ପାଖେ ହଳଦିଆ ରଙ୍ଗର ଭୋଗ ଲଗାଇବା ଆବଶ୍ୟକ । ଏହାପରେ ସମସ୍ତଙ୍କୁ ଭୋଗ ବାଣ୍ଟନ୍ତୁ ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ମାଆ ସରସ୍ୱତୀଙ୍କ ପୂଜାର ଶୁଭ ମୁହୂର୍ତ୍ତ ହେଉଛି ସକାଳ ୭ଟା ୧ ମିନିଟରୁ ଦ୍ୱିପ୍ରହର ୧୨ଟା ୩୫ ମିନିଟ ପର୍ଯ୍ୟନ୍ତ ଅଟେ । ଏହି ଦିନ ମାଆ ସରସ୍ୱତୀଙ୍କ ପୂଜା ପାଇଁ ସରସ୍ୱତୀଙ୍କ ମୂର୍ତ୍ତିକୁ ହଳଦିଆ ରଙ୍ଗର ଆସନ ଉପରେ ବିରାଜମାନ କରନ୍ତୁ । ଏହାପରେ ତାଙ୍କୁ ହଳଦୀ, ଚନ୍ଦନ, କେସର ଲଗାନ୍ତୁ ଏବଂ ହଳଦିଆ କିମ୍ବା ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ । ହଳଦିଆ ରଙ୍ଗର ମିଠା ଏବଂ ଅକ୍ଷତ ଅର୍ପଣ କରନ୍ତୁ । ପୂଜାରେ କୌଣସି ବାଦ୍ୟ ଯନ୍ତ୍ର ରଖିବାକୁ ଶୁଭ ବୋଲି ବିବେଚନା କରାଯାଏ । ଏଥିସହ ପୂଜା ସ୍ଥାନରେ ବହି ଏବଂ କଲମ ରଖିବାକୁ ଭୁଲନ୍ତୁ ନାହିଁ । ଏଥିସହ ସରସ୍ୱତୀଙ୍କ ବନ୍ଦନା ପାଠ କରନ୍ତୁ ।

Get real time updates directly on you device, subscribe now.