fbpx
BJD SKY
BJD SKY

ନନ୍ଦ କିଶୋର ଯାଦବ ହେବେ ବିହାରର ପରବର୍ତ୍ତୀ ବାଚସ୍ପତି: ଦାଖଲ କଲେ ନାମାଙ୍କନ ପତ୍ର

BJD

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ୭ ଥରର ବିଧାୟକ ନନ୍ଦ କିଶୋର ଯାଦବ ହେବେ ବିହାରର ପରବର୍ତ୍ତୀ ବାଚସ୍ପତି । ଏହା ପୂର୍ବରୁ ଆରଜେଡି ନେତା ଆୱଧ ବିହାରୀ ଚୌଧରୀ ବାଚସ୍ପତି ପଦ ଛାଡ଼ିବା ପରେ ଉକ୍ତ ପଦ ଖାଲି ପଡ଼ିଥିଲା । ଗତ ୧୩ ତାରିଖରେ ଶ୍ରୀ ଯାଦବ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୭୦ ବର୍ଷୀୟ ନନ୍ଦ କିଶୋର ପ୍ରଥମ ଥର ପାଇଁ ୧୯୯୫ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ (ଆରଏସଏସ) ପୃଷ୍ଠଭୂମିରୁ ଆସିଛନ୍ତି ।

ଗତ କିଛିଦିନ ଧରି ବିହାରର ରାଜନୈତିକ ପରିସ୍ଥିତି ସରଗରମ୍ ରହିଥିଲା । ଆରଜେଡି-ଜେଡିୟୁ ମେଣ୍ଟ ସରକାରରୁ ଓହରି ଯାଇ ଏନଡିଏ ସହ ହାତ ମିଳାଇବାକୁ ନିଷ୍ପତ୍ତି ନେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏନେଇ ଗତ ୧୨ ତାରିଖରେ ରାଜ୍ୟ ବିଧାନସଭାର ଆସ୍ଥା ଭୋଟରେ ନୀତିଶ ଜିତିଥିଲେ ଓ ତାଙ୍କ ସପକ୍ଷରେ ୧୨୯ଟି ଭୋଟ ଆସିଥିଲା । ଅନ୍ୟପକ୍ଷରେ ବିରୋଧୀ ଦଳର ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ ।

ତେବେ ନନ୍ଦ କିଶୋରଙ୍କର ସାଙ୍ଗଠନିକ ଓ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘବର୍ଷର ଅଭିଜ୍ଞତା ରହିଥିବାରୁ ଏନଡିଏ-ଜେଡିୟୁ ମେଣ୍ଟ ସରକାରକୁ ସେ ସୁପରିଚାଳନା କରିପାରିବେ ବୋଲି ଆଶା କରାଯାଉଛି । ୧୯୯୦ରେ ସେ ବିଜେପିର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିବା ସହିତ ରାଜ୍ୟ କ୍ୟାବିନେଟରେ ସଡ଼କ ନିର୍ମାଣ ଓ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ହୋଇଥିଲେ । ଏଥିସହିତ ୨୦୧୩ରେ ସେ ବିରୋଧୀ ଦଳ ନେତା ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

Get real time updates directly on you device, subscribe now.