fbpx

ଆଜି ରଥ କାଠ ଅନୁକୂଳ, ବାଗଦେବୀଙ୍କୁ ଆହ୍ୱାନ କରି ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ

ପୁରୀ: ପୁରୀ ରଥ ନିର୍ମାଣ ପାଇଁ ଆଜି ହେବ ରଥ କାଠ ଅନୁକୂଳ । ଶ୍ରୀ ନଅର ସମ୍ମୁଖ ରଥ ଖଳାରୁ ଅଣାଯିବ ରଖକାଠ । ପରାମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ଶୋତ୍ରୀୟ ବ୍ରାହ୍ମଣମାନେ ବାଗଦେବୀ ମା’ ସରସ୍ବତୀଙ୍କୁ ଆବାହନ ସହ ଫୁଲ, ଚନ୍ଦନ, ପଞ୍ଚାମୃତ, ଅର୍ଘ୍ୟ, ମହାପ୍ରସାଦ ଆଦି ଅର୍ପଣ କରିବେ। ତିନି ରଥ ପାଇଁ ତିନିଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯିବ । ଏ ନେଇ ପ୍ରସ୍ତୁତି ଶେଷ ହୋଇଛି । ବୁଧବାର ଅପରାହ୍ଣରେ ଏହି କାର୍ଯ୍ୟ ସମ୍ପନ୍ନ ହେବ। ରଥ ସଂହିତା ଅନୁଯାୟୀ, ତିନି ରଥ ନିର୍ମାଣ ପାଇଁ ୪୨୬ ଖଣ୍ଡ ଧଉରା, ୩୬୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାସି ଓ ୩ ଖଣ୍ଡ ଶିମିଳି କାଠ, ଏପରି ‌ମୋଟ୍‌ ୮୬୫ ଖଣ୍ଡ କାଠ ଆବଶ୍ୟକ ଥାଏ।

ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ କହିଛନ୍ତି, ଗତବର୍ଷର ୫୩ ଖଣ୍ଡ କାଠ ବଳକା ରହିଥିଲା। ଏଣୁ ଚଳିତବର୍ଷ ରଥଯାତ୍ରା ପାଇଁ ୮୧୨ ଖଣ୍ଡ ରଥକାଠ ଆସିବ। ଏ ଭିତରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ ଧଉରା ଓ ଅସନ କାଠ ନୟାଗଡ଼ ବନଖଣ୍ଡ ନୟାଗଡ଼ ବନାଞ୍ଚଳ ଓ ଦଶପଲ୍ଲା ବନାଞ୍ଚଳରୁ ଆସିସାରିଛି।

Get real time updates directly on you device, subscribe now.