fbpx
BJD SKY
BJD SKY

ବାରିପଦା ବିଧାୟକ ପ୍ରକାଶ କୁମାର ସୋରେନ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

BJD

ବାରିପଦା: ବାରିପଦା ବିଧାୟକ ପ୍ରକାଶ କୁମାର ସୋରେନ ଅସୁସ୍ଥ ଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ଏମ୍‌ସରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ କଥାବାର୍ତ୍ତା କରୁ ନଥିବା ବେଳେ ଅବସ୍ଥା ଗୁରୁତର ଥିବା ତାଙ୍କର ଜଣେ ପ୍ରମୁଖ ସହଯୋଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ବିଧାୟକ ପ୍ରକାଶଙ୍କ ଅସୁସ୍ଥ ଖବର ପ୍ରଚାରିତ ହେବା ପରେ ଶୁଭେଚ୍ଛୁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ୪ ଦିନ ହେଲା ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ ବି ଘରେ ରହିଥିଲେ। ତେବେ ଆଜି ଅପରାହ୍ନ ୪ଟାରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପିଆର୍‌ଏମ୍‌ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ପରିବାର ଲୋକ ପ୍ରକାଶଙ୍କୁ ଭୁବନେଶ୍ୱର ଏମ୍‌ସକୁ ନେଇଛନ୍ତି।

 

Get real time updates directly on you device, subscribe now.