fbpx

ଖୁସିଖବର! କୃଷକଙ୍କ ଆକାଉଣ୍ଟକୁ ୬୦୦୦ ବଦଳରେ ଆସିବ ୩୬,୦୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଆସିଛି ଏକ ଖୁସି ଖବର, ଯେଉଁଠାରେ ଆପଣଙ୍କୁ ସିଧାସଳଖ ୩୬,୦୦୦ ଟଙ୍କାର ଫାଇଦା ହେବ । ତେବେ କୃଷକଙ୍କ ଆୟ ବୃଦ୍ଧି ନେଇ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ସେହିପରି ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯାଉଛି । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଟ୍ରାନ୍ସଫର କରାଯାଉଛି । ସରକାର ଏହି ଟଙ୍କାକୁ ୩ଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି ।

ତେବେ ଯେଉଁ କୃଷକମାନେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭ ଉଠାଉଛନ୍ତି, ସେମାନେ ବର୍ଷକୁ ୩୬,୦୦୦ ଟଙ୍କା ଫାଇଦା ଉଠାଇପାରିବେ । ଅର୍ଥାତ୍ ଏଥିରେ ଆପଣ ମାସକୁ ୩୦୦୦ ଟଙ୍କା ପାଇପାରିବେ । ପିଏମ କିଷାନ ମାନ୍ ଧନ ଯୋଜନା ଅଧୀନରେ ଚାଷୀଙ୍କୁ ପେନସନ୍ ଦିଆଯାଉଛି । ଏହି ଯୋଜନା ଅଧୀନରେ କୃଷକଙ୍କୁ ୬୦ ବର୍ଷ ବୟସ ଅତିକ୍ରମ ପରେ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ୍ ମିଳିଥାଏ । ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ କୌଣସି ପ୍ରକାରର ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ ।

ଜାଣନ୍ତୁ କିପରି ଏହି ଯୋଜନା ଲାଭ ଉଠାଇପାରିବେ

– ୧୮ ରୁ ୪୦ ବର୍ଷ ବୟସର ଯେକୌଣସି କୃଷକ ଏହାର ଫାଇଦା ଉଠାଇପାରିବେ ।

– ଏହା ଅଧୀନରେ ଚାଷୀଙ୍କ ପାଖରେ ସର୍ବାଧିକ ୨ ହେକ୍ଟର ଯୋଗ୍ୟ ଚାଷ ଜମି ରହିବା ଦରକାର ।

– ଏହି ଯୋଜନା ଅଧୀନରେ ସର୍ମନିମ୍ନ ୨୦ ବର୍ଷ ଓ ସର୍ବାଧିକ ୪୦ ବର୍ଷ ପର୍ଯ୍ୟନ୍ତ ୫୫ରୁ ୨୦୦ ଟଙ୍କା ମାସିକ ଦେବାକୁ ପଡିବ । ଏହା କୃଷକଙ୍କ ବୟସ ଅନୁସାରେ ନିଷ୍ପତ୍ତି ନିଆଯିବ ।

– ୧୮ ବର୍ଷ ବୟସରେ ଯୋଗ ଦେଉଥିବା କୃଷକମାନଙ୍କୁ ମାସିକ ୫୫ ଟଙ୍କା ପ୍ରଦାନ କରାଯିବ ।

– ଯଦି ଆପଣ ୩୦ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହୁଅନ୍ତି, ତେବେ ମାସିକ ୧୧୦ ଟଙ୍କା ଜମା କରିବାକୁ ପଡିବ ।

– ଯଦି ଆପଣ ୪୦ ବର୍ଷ ବୟସରେ ଯୋଗ ଦିଅନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୨୦୦ ଟଙ୍କା ଜମା କରିବାକୁ ପଡିବ ।

Get real time updates directly on you device, subscribe now.