fbpx
BJD SKY
BJD SKY

ଟ୍ରାକ୍ଟର ଓ କମ୍ବାଇନ ହାର୍ଭେଷ୍ଟର କିଣିଲେ ମିଳୁଛି ୪୦ ପ୍ରତିଶତ ସବସିଡି, କୃଷକଙ୍କୁ ଉପହାର ଦେଲେ ଏହି ରାଜ୍ୟ ସରକାର

BJD

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଏକ ଖୁସି ଖବର । ଏଣିକି କୃଷକଙ୍କୁ ଚାଷ କାର୍ୟ୍ୟ କରିବାକୁ ଆଉ କୌଣସି ସମସ୍ୟା ରହିବନି । ଚାଷୀମାନଙ୍କୁ ଟ୍ରାକ୍ଟର ଓ କମ୍ବାଇନ ହାର୍ଭେଷ୍ଟର କିଣିବା କ୍ଷେତ୍ରରେ ୪୦ ପ୍ରତିଶତ ସବସିଡି ମିଳିବ । ଏଥିସହିତ କୃଷକମାନେ ୫୦ ପ୍ରତିଶତ ରାଶି ବ୍ୟାଙ୍କରୁ ଲୋନ୍ ଆକାରରେ ନେଇପାରିବେ । କିଷାନମାନେ କେବଳ ୧୦ ପ୍ରତିଶତ ଖର୍ଚ୍ଚ ବହନ କରିବେ ।

ଏବେ ଖରିଫ ଫସଲର ବୁଣିବା ସମୟ ଆସିଯାଇଛି । ଏହା ମଧ୍ୟରେ ଆନ୍ଧ୍ରପ୍ରଦେଶ ସରକାର କ୍ଷେତବାଡ଼ି କାର୍ୟ୍ୟକୁ ସହଜ କରିବା ଉଦ୍ଦେଶ୍ୟରେ କୃଷକଙ୍କ ପାଇଁ ଏହି ସୁବିଧା ଘୋଷଣା କରିଛନ୍ତି । ୱାଇଏସଆର ଯନ୍ତ୍ର ସେବା ଯୋଜନା ମାଧ୍ୟମରେ ସରକାର ଏହି ସୁବିଧା ଯୋଗାଇଦେବେ । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩୮୦୦ ଟ୍ରାକ୍ଟର ୩୨୦ କମ୍ବାଇନ ହାର୍ଭେଷ୍ଟରକୁ ସେବା କେନ୍ଦ୍ରମାନଙ୍କୁ ପଠାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କିଷାନଙ୍କୁ ମଞ୍ଜି ଠାରୁ ଆରମ୍ଭ କରି ବିକ୍ରି ପର୍ୟ୍ୟନ୍ତ ସହାୟତା ପାଇଁ ୧୦ ହଜାର ୭୫୦ ଆରବିକେ ଅଣାଯାଇଛି । ଏଥିସହିତ ଟ୍ରାକ୍ଟର, ହାର୍ଭେଷ୍ଟର ପରି କୃଷି ଉପକରଣ ମଧ୍ୟ ଉପଲବ୍ଧ କରାଯିବ । ଏହି ଯୋଜନା ମାଧ୍ୟମରେ କୃଷକଙ୍କର କ୍ଷେତ କାର୍ୟ୍ୟ ସହଜ ହେବା ସହ କୃଷି ବିକାଶ ଲାଭ କରିବ ।

Get real time updates directly on you device, subscribe now.