fbpx

ସରକାରୀ ଓ ଘରୋଇ ବ୍ୟାଙ୍କରୁ କୃଷକଙ୍କୁ କମ୍ ସୁଧରେ ମିଳିବ ଲୋନ୍, କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । କ୍ୟାବିନେଟ ବୈଠକରେ ସରକାର କୃଷକଙ୍କ ଶର୍ଟ ଟର୍ମ କୃଷି ଋଣର ୧.୫ ପ୍ରତିଶତ ସୁଧରେ ସବଭେନସନ ସ୍କିମକୁ ଆଗକୁ ବଢ଼ାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏବେ କୃଷକଙ୍କୁ କମ୍ ସୁଧରେ ଋଣ ମିଳିପାରିବ । ବ୍ୟାଙ୍କ କି ଅନ୍ୟ ଋଣ ପ୍ରଦାନକାରୀ ଆର୍ଥିକ ସଂସ୍ଥାଙ୍କ ଉପରେ ଏହାର ବୋଝ ପଡ଼ିବ ନାହିଁ । ଏନେଇ କେନ୍ଦ୍ର ସରକାର ଘୋଷଣା କରାଯାଇଛି ।

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ସରକାରୀ ଓ ଘରୋଇ ବ୍ୟାଙ୍କ, ଛୋଟ ଆର୍ଥିକ ବ୍ୟାଙ୍କ, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ, ସହକାରୀ ବ୍ୟାଙ୍କ ଓ କମ୍ପ୍ୟୁଟରୀକରଣ ପିଏସିଏସଗୁଡ଼ିକୁ ୨୦୨୨-୨୩ ରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ସହାୟତା ପ୍ରଦାନ କରିବେ । ମନ୍ତ୍ରିମଣ୍ଡଳରେ ଏହାକୁ ମଞ୍ଜୁରୀ ମିଳିବା ପରେ ସୁଧ ସବଭେନସନର ପୂରଣ କରିବା ପାଇଁ ବଜେଟରେ ୩୪,୮୫୬ କୋଟିର ପ୍ରାବଧାନ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତିରେ କୃଷକଙ୍କୁ ବହୁତ ଫାଇଦା ମିଳିବ ।

ଯେଉଁ କୃଷକମାନେ ଠିକ୍ ସମୟରେ ଋଣର କିସ୍ତି ଦାଖଲ କରିବେ, ସେମାନଙ୍କୁ ଅଧିକ ଫାଇଦା ମିଳିବ । ଏଥିରେ କୃଷକଙ୍କୁ କମ୍ ସମୟ ପାଇଁ ୪ ପ୍ରତିଶତ ସୁଧରେ ଲୋନ୍ ମିଳିବ । ଏହାଫଳରେ ସେମାନଙ୍କୁ ଲୋନ ନେବାରେ ସୁବିଧା ହେବ । କୃଷକମାନେ ବ୍ୟାଙ୍କରୁ ଯେପରି କମ୍ ସୁଧରେ ଲୋନ୍ ପାଇପାରିବେ, ସେଥିପାଇଁ ସରକାର ଇଣ୍ଟରେଷ୍ଟ ସବଭେନସନ ସ୍କିମ (ଆଇଏସଏସ) ଲାଗୁ କରିଥିଲେ । ପରବର୍ତ୍ତୀ ସମୟରେ ଏହାର ନାମକ ମୋଡିଫାଇଏଡ ଇଣ୍ଟରେଷ୍ଟ ସବଭେନସନ ସ୍କିମ (ମିସ) ରଖାଯାଇଥିଲା । କମ୍ ଅବଧି ମଧ୍ୟରେ କୃଷକଙ୍କୁ ସୁଧ ଛାଡ଼ ସହ ଲୋନ୍ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

Get real time updates directly on you device, subscribe now.