fbpx

5G ସ୍ପେକ୍ଟ୍ରମ ପାଇଁ Airtel ଦେଲା ଚାରି ବର୍ଷର ଆଗୁଆ କିସ୍ତି, DoTକୁ ମିଳିଲା ଏତିକି କୋଟି

ନୂଆଦିଲ୍ଳୀ: ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍(Airtel) ନିକଟରେ ସରିଥିବା ୫ଜି ସ୍ପେକ୍ଟ୍ରମ (5G Spectrum) ନିଲାମୀରେ କିଣିଥିବା ସ୍ପେକ୍ଟ୍ରମ ପାଇଁ ଦୂରସଂଞ୍ଚାର ବିଭାଗ(DoT) କୁ ୮,୩୧୨ କୋଟି ଟଙ୍କାର ଆଡଭାନ୍ସ ପୈଠ କରିଛି । କମ୍ପାନୀ ବୁଧବାର ଏନେଇ ସୂଚନା ଦେଇଛି । ଏୟାରଟେଲ ଏହି ରାଶି ୪ ବର୍ଷର କିସ୍ତିର ଅଗ୍ରିମ ପେମେଣ୍ଟ ଭାବରେ ଭରିଛି ।

ଦିଗ୍ଗଜ ଟେଲିକମ୍ କମ୍ପାନୀ ବ୍ୟବସାୟୀ ସୁନୀଲ ଭାରତୀ ମିତ୍ତଲଙ୍କ ଭାରତୀ ଏୟାରଟେଲ ୫ଜି ସ୍ପେକ୍ଟ୍ରମ ପାଇଁ ୪୩,୦୩୯ କୋଟି ଟଙ୍କାର ସଫଳ ବିଡ୍ ଲଗାଇଥିଲା । ଭାରତୀ ଏୟାରଟେଲର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଗୋପାଳ ବିଟ୍ଟଲ କହିଛନ୍ତି ଯେ ଚାରି ବର୍ଷର ଅଗ୍ରିମ ଦେବାଦ୍ୱାରା ଆମେ ଆମର ପାରିଚାଳନା ମୁକ୍ତ ନଗଦ ପ୍ରବାହକୁ ଦେଖି ୫ ଜି ଲାଗୁ କରିବା ପ୍ରୟାସକୁ ଆଗକୁ ବଢ଼ାଇବାକୁ ଅନୁମତି ମିଳିବ ।

ଏୟାରଟେଲ ବିଭିନ୍ନ ରାଇଟ୍ସ ନିର୍ଗମରୁ ୧୫,୭୪୦ କୋଟି ଆୟ କରିପାରେ । ସେ କହିଛନ୍ତି ଯେ ଆଦର୍ଶ ସ୍ପେକ୍ଟ୍ରମ ବ୍ୟାଙ୍କ୍, ଉତ୍ତମ ଟେକନୋଲୋଜି ଏବଂ ପର୍ଯ୍ୟାପ୍ତ ନଗଦ ପ୍ରବାହ ସହ ଆମେ ଦେଶରେ ବିଶ୍ୱସନୀୟ ୫ଜି ଅନୁଭବ ଆଣିବା ପାଇଁ ଉତ୍ସାହିତ ।

ସେହିପରି Jio ୭,୮୪୬ କୋଟି ଏବଂ Vi ୧,୬୭୯ କୋଟି ଟଙ୍କା ୫ ଜି ସ୍ପେକ୍ଟ୍ରମର କିସ୍ତି ବାବଦକୁ ପୈଠ କରିଛନ୍ତି ।

Get real time updates directly on you device, subscribe now.