fbpx

Jio-Airtel ଲଢ଼େଇ: ଦେଶର କେଉଁ କେଉଁ ସହରରେ ମିଳିବ 5G ସର୍ଭିସ୍, ଏହି ପ୍ଲାନର ମୂଲ୍ୟ କେତେ ରହିବ

ନୂଆଦିଲ୍ଲୀ: ଆଗକୁ ଆସୁଛି ୫ଜି ଯୁଗ । ଏଥିପାଇଁ ଦେଶର ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ଏହି ଯୁଦ୍ଧରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି ଏୟାରଟେଲ ଓ ଜିଓ । ଖୁବଶୀଘ୍ର ଏୟାରଟେଲ ଓ ଜିଓ ନିଜ ନିଜର ୫ଜି ସର୍ଭିସ୍ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଦେଶର କେଉଁ କେଉଁ ସହରରେ ଏହି ସେବା ଲଞ୍ଚ ହେବା ତାହାକୁ ନେଇ ଗ୍ରାହକମାନେ ଚାହିଁ ରହିଛନ୍ତି ।

ଏୟାରଟେଲ ୫ଜି ସର୍ଭିସ ଚଳିତ ମାସରେ ରୋଲଆଉଟ କରିପାରେ । ଜିଓ ଦେଶର ଏକ ହଜାର ସହରରେ ୫ଜି ସେବା ଯୋଗାଇବାକୁ ପ୍ଲାନିଂ କରିସାରିଛି । ତେବେ ୫ଜି ରେସ ଜିତିବା ପାଇଁ ରୋଲଆଉଟର ସମୟ, ସହର ଓ ପ୍ଲାନର ମୂଲ୍ୟ ଅନେକ ଗୁରୁତ୍ୱ ବହନ କରିଥାଏ । ଏୟାରଟେଲ ୫ଜି ସେବାର ରୋଲଆଉଟ ପାଇଁ ସାମସଙ୍ଗ, ନୋକିଆ ଓ ଏରିକସନ ପରି କମ୍ପାନୀଙ୍କ ସହ ବୁଝାମଣା କରିଛି । ୨୦୨୪ ମଧ୍ୟରେ ଦେଶର କୋଣ ଅନୁକୋଣରେ ୫ଜି ସେବା ପହଞ୍ଚାଇବା କମ୍ପାନୀର ଲକ୍ଷ୍ୟ ରହିଛି ।

ଜିଓ ୫ଜି ସର୍ଭିସ ରୋଲଆଉଟ ତାରିଖ ନେଇ ସଙ୍କେତ ଦେଇ ସାରିଛି । ‘ଆଜାଦୀ’ କା ଅମୃତ ମହୋତ୍ସବ’ ସହିତ ୫ଜି ରୋଲଆଉଟ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେଣୁ ୫ଜି ସେବା ଲଞ୍ଚିଂ ଆଉ ବେଶି ଦୂର ନୁହେଁ ବୋଲି ବୁଝିବାକୁ ହେବ । ତେବେ ଅଫିସିଆଲ ଭାବେ ଏନେଇ ତାରିଖ ଘୋଷଣା କରାଯାଇ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୯ରେ ହେବାକୁ ଥିବା ଇଣ୍ଡିଆନ ମୋବାଇଲ କଂଗ୍ରେସରେ ୫ଜି ନେଟୱାର୍କ ଲଞ୍ଚ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.