fbpx

Flipkart ଉପରେ ୧ ଲକ୍ଷ ଟଙ୍କାର ଫାଇନ୍: ବିକିଥିଲା ଖରାପ କ୍ୱାଲିଟିର ପ୍ରେସର କୁକର

ନୂଆଦିଲ୍ଳୀ: କେନ୍ଦ୍ର ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ(CCPA) ଫ୍ଲିପକାର୍ଟ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ଆବଶ୍ୟକ ମାନର ଉଲ୍ଲଘଂନ କରୁଥିବା ପ୍ରେସର କୁକର ନିଜ ପ୍ଲାଟଫର୍ମରେ ବିକ୍ରିକୁ ଅନୁମତି ଦେଇଥିବାରୁ ଲଗାଇଛି । CCPA କମ୍ପାନୀକୁ ପ୍ରେସର କୁକର ବିକ୍ରି କରିଥିବା ଗ୍ରାହକଙ୍କ ଠାରୁ ଫେରାଇ ଆଣିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରାଳୟର କହିବା ଅନୂଯାୟୀ ସବୁ ଘରୋଇ ପ୍ରେସର କୁକର (Domestic pressure cooker) ଗୁଣବତ୍ତା ନିୟନ୍ତ୍ରଣ IS ୨୩୪୭:୨୦୧୭ ଅନୂଯାୟୀ ହେବା ଦରକାର, ଯାହା ୧ ଫେବୃଆରୀ ୨୦୨୧ରେ ଲାଗୁ ହୋଇଥିଲା । ସିସିପିଏ ଫ୍ଲିପକାର୍ଟକୁ ବିକ୍ରି କରିଥିବା ୫୯୮ ପ୍ରେସର କୁକର ଗ୍ରାହକଙ୍କ ଠାରୁ ଫେରାଇ ଆଣିବା ସହ ୪୫ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ରିପୋର୍ଟରେ କୁହାଯାଇଛି କମ୍ପାନୀକୁ ଇ-କମର୍ସ ପ୍ଲାଟଫର୍ମରେ ଏଭଳି ନନ୍ ଷ୍ଟାଣ୍ଡାର୍ଡ ପ୍ରେସର କୁକର(Non Standard Cooker) ବିକ୍ରି ଅନୁମତି ଦେଇଥବା ଏବଂ ଉପଭୋକ୍ତା ଅଧିକାର ଉଲ୍ଲଂଘନ କରିବା ପାଇଁ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ହେବ । ମନ୍ତ୍ରାଳୟ ଆହୁରି କହିଛନ୍ତି ଯେ ଫ୍ଲିପକାର୍ଟ ଏଭଳି ପ୍ରେସର କୁକର ବିକ୍ରି ମାଧ୍ୟମରେ ୧,୮୪,୨୬୩  ଟଙ୍କା ଆୟ କରିଛି । ମନ୍ତ୍ରାଳୟ ଆହୁରି କହିଛନ୍ତି ୧୪୩୫ ପ୍ରେସର କୁକର ସହ ୧୦୮୮ ହେଲମେଟ ମଧ୍ୟ ଜବତ କରାଯାଇଛି । ଏହି ହେଲମେଟ ଗୁଡ଼ିକ ମଧ୍ୟ ଖରାପ ମାନର ଥିଲା ।

Get real time updates directly on you device, subscribe now.