fbpx
BJD SKY
BJD SKY

ପୁଣି ହେବ କୃଷକ ଆନ୍ଦୋଳନ: ନିର୍ବାଚନୀ ରାଜ୍ୟରେ ବିଜେପି ବିରୋଧରେ ସଂଗଠନର ବିଗୁଲ

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ ହୋଇଥିବା କୃଷକ ଆନ୍ଦୋଳନ ବନ୍ଦ ହୋଇ ସାରିଛି । କିନ୍ତୁ ଏବେ ବି ସରକାରଙ୍କୁ ଘେରିବା ପାଇଁ ସବୁବେଳେ ଚେଷ୍ଟା ଜାରି ରଖିଛି କୃଷକ ସଂଗଠନ । ତେବେ ବର୍ତ୍ତମାନ ସରକାରଙ୍କର ପ୍ରତିଶ୍ରୁତିକୁ ମନେ ପକାଇ ପୁଣିଥରେ ପ୍ରତ୍ୟେକ ରାଜ୍ୟରେ କୃଷକ ଆନ୍ଦୋଳନ ଜୋର ଧରିପାରେ ବୋଲି ଆଶା କରାଯାଉଛି । ଏ ନେଇ ଦିଲ୍ଲୀର ସଂଯୁକ୍ତ କିସାନ ମୋର୍ଚ୍ଚାର ରାଷ୍ଟ୍ରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ କିସାନ ସଂଗଠନର ୨୦୦ରୁ ଅଧିକ କିସାନ ନେତା ସାମିଲ ରହିଛନ୍ତି ।

କୃଷକ ସଂଗଠନ ତରଫରୁ ଏମଏସପିକୁ ଆଇନ ସମ୍ମତି ସହିତ ଋଣମୁକ୍ତ, କୃଷକ ଓ ଜମି ଶ୍ରମିକ ପେନସନ ଏବଂ ଲଖିମପୁର ଖେରୀ ହିଂସା ମାମଲାରେ ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଗିରଫ ଦାବି କରାଯାଇଛି । ଏହାସହିତ କୃଷକଙ୍କ ଉପରେ ହୋଇଥିବା ଅଭିଯୋଗ ଖାରଜ କରିବା ଏବଂ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ କ୍ଷତି ପୂରଣ ପ୍ରସଙ୍ଗରେ ମେ’ ୨୬ ତାରିଖରୁ ଦେଶର ସମସ୍ତ ରାଜ୍ୟରେ କୃଷକ ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ମେ’ ମାସରୁ ଜୁଲାଇ ପର୍ଯ୍ୟନ୍ତ ଦେଶର କୃଷକମାନଙ୍କୁ ଏକଜୁଟ କରିବା ପାଇଁ ମଧ୍ୟ ସଂଯୁକ୍ତ କିସାନ ମୋର୍ଚ୍ଚା ପ୍ରଚାର କରିବ । ଏହାପରେ ଅଗଷ୍ଟ ମାସରେ କୃଷକ ଏବଂ ଶ୍ରମିକ ସଂଗଠନ ଦ୍ୱାରା ଘରୋଇକରଣ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ ହେବ ।

Get real time updates directly on you device, subscribe now.