ନିଆରା କାର୍ଯ୍ୟକ୍ରମ: ଚାଷୀବେଶରେ ସଜ୍ଜିତ ହୋଇ ଧାନ ରୋଇଲେ ଛାତ୍ରଛାତ୍ରୀ, କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ମଧ୍ୟ ସାମିଲ
ଭୁବନେଶ୍ୱର : ଆଜିକାଲି ସମାଜରେ ପିଲାମାନେ ମୋବାଇଲ ଓ ଟିଭି ଜଗତରେ ନିଜକୁ ହଜାଇ ଦେଉଛନ୍ତି । ଏହାରି ମଧ୍ୟରେ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାସ୍ଥିତ କ୍ରୀଷ୍ଣା ବିକାଶ ଗ୍ରୁପ ଅଧୀନ ବିକାଶ ଆବାସିକ ବିଦ୍ୟାଳୟର ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ରମାନେ ଜାତୀୟ ଶିକ୍ଷାନୀତି (ଏନଇପି) -୨୦୨୦କୁ ଅନୁଧ୍ୟାନ କରି ଗୁରୁବାର ଏକ ନିଆରା କାର୍ଯ୍ୟକ୍ରମ କରିଛନ୍ତି ।
ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଚାଷୀବେଶରେ ସଜ୍ଜିତ ହୋଇ ଧାନ(ପହ୍ଲା) ରୋପଣ କରିଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ ଦାଶରୀ ମୂରଲୀ କ୍ରୀଷ୍ଣାଙ୍କ ମାର୍ଗଦର୍ଶନରେ ଛାତ୍ରୀଛାତ୍ର କୃଷିକ୍ଷେତ୍ରକୁ ଯାଇ କରିଥିବା ଏଭଳି ନିଆରା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ଛାତ୍ରୀଛାତ୍ର ଏହି ନିଆରା କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରତ୍ୟକ୍ଷ ଅନୁଭୂତି ଅନୁଭବ କରିଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପର ଚେୟାରମ୍ୟାନ କ୍ରୀଷ୍ଣା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ କୃଷକମାନଙ୍କ ଜୀବନ, ଜୀବିକା ଉପରେ ବଖାଣିବା ସହିତ ଦେଶର ଖାଦ୍ୟ, ପେୟ, ସଂସ୍କୃତିକୁ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବିକାଶ ଆବାସିକ ବିଦ୍ୟାଳୟର କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ, ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସି ହୋଇଥିବା ଦେଖିବାକୁ ମିଳିଛି ।