fbpx

କାଶ୍ମୀରି ପଣ୍ଡିତଙ୍କ ଫେରିବା ପାଇଁ ଏହା ସଠିକ୍ ସମୟ ନୁହେଁ; ଫାରୁକ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି । କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିବା ସହିତ ବିଜେପି ଧର୍ମ ଆଧାରରେ ଦେଶକୁ ବାଣ୍ଟିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ଫାରୁକ । ଏହା ସହିତ ଉପତ୍ୟାକାରୁ ବିତାଡିତ ହୋଇଥିବା କାଶ୍ମୀରି ପଣ୍ଡିତଙ୍କ ଫେରିବା ପାଇଁ ଏହା ସଠିକ ସମୟ ନୁହେଁ ବୋଲି ଅବଦୁଲ୍ଲା କହିଛନ୍ତି । ରଜୌରୀର ନୌଶେରାରେ ଏକ ସାକ୍ଷାତକାର ସମୟରେ ଏଭଳି ବୟାନ ଦେଇଛନ୍ତି ଅବଦୁଲ୍ଲା ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଠିବା ପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପ୍ରଥମ ଗସ୍ତ ସମୟରେ ଏମିତି ବୟାନ ଦେଇଛନ୍ତି ଅବଦୁଲ୍ଲା । ଧାରା ୩୭୦ ପୁନର୍ବାର ଲାଗୁ ନହେବା ପର୍ଯ୍ୟନ୍ତ ଏଠାରେ ଶାନ୍ତି ଫେରିବା ସମ୍ଭବ ନୁହେଁ ବୋଲି ଅବଦୁଲ୍ଲା କହିଛନ୍ତି । କଶ୍ମୀରରେ ବର୍ତ୍ତମାନ ହେଉଥିବା ଆତଙ୍କୀ କାର୍ଯ୍ୟକଳାପର ଶିକାର କେବଳ ହିନ୍ଦୁ ନୁହନ୍ତି ମୁସଲମାନ ମଧ୍ୟ ହେଉଛନ୍ତି । ତେଣୁ ଏଭଳି ପରସ୍ଥିତିରେ ବିଜେପି ଧର୍ମ ଆଧାରରେ ବିଭାଜନ କରିବା ଅତ୍ୟନ୍ତ କଷ୍ଟଦାୟକ । ସେହିପରି ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସମୟ ଅଭାବରୁ ସେ ଭେଟିପାରିନଥିବା କହିଛନ୍ତି ଅବଦୁଲ୍ଳା ।

Get real time updates directly on you device, subscribe now.